ଆଜି ପବିତ୍ର ଅକ୍ଷୟ ତୃତୀୟା : କୃଷିମନ୍ତ୍ରୀ କଲେ ଅଖିମୁଠି ଅନୁକୂଳ

70

କନକ ବ୍ୟୁରୋ : ଅକ୍ଷୟତୃତୀୟା ଅବସରରେ କୃଷକଙ୍କୁ ସାଧୁବାଦ ଜଣାଇଲେ କୃଷିମନ୍ତ୍ରୀ ଅରୁଣ ସାହୁ । କରୋନା କାଳରେ ଅକ୍ରାନ୍ତ ପରିଶ୍ରମ କରିଛନ୍ତି ଚାଷୀ । ଅଧିକ ଚାଉଳ ଉତ୍ପାଦନ ହୋଇଛି । ଦେଶରେ ଚତୁର୍ଥ ବଳକା ରାଜ୍ୟ ହୋଇପାରିଛି ଓଡ଼ିଶା । ୭୫୦ ମେଟ୍ରିକ ଟନ୍ ଉସୁନା ଚାଉଳ ବିଦେଶକୁ ରପ୍ତାନି ହୋଇଛି । କାଳିଆ ଓ ବଳରାମ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଅଖିମୁଠି ଅନୁକୂଳ କରିଛନ୍ତି । ଧାନ ଜମିକୁ ଯାଇ ପୂଜାର୍ଚ୍ଚନା କରିବା ସହ ଅଖିମୁଠି ଅନୁକୂଳ କରିଛନ୍ତି । କରୋନାକୁ ନେଇ ସଚେତନ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ସୁର ରାଉତରାୟ । ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମଧ୍ୟ ଅଖିମୁଠି ଅନୁକୂଳ କରିଛନ୍ତି ।