କନକ ବ୍ୟୁରୋ : ଅନଲାଇନରେ ହେବ ଚଳିତବର୍ଷ ୟୁଜି ଓ ପିଜି ପରୀକ୍ଷା । ଛାତ୍ରଛାତ୍ରୀ ପାଠପଢା ଓ ପରୀକ୍ଷାର ଦାୟିତ୍ୱ ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ଉଚ୍ଚଶିକ୍ଷା ଅରୁଣ ସାହୁ । ପ୍ରତି ଅଧ୍ୟାପକଙ୍କ ଦାୟିତ୍ୱରେ କିଛି  ନିର୍ଦ୍ଦିଷ୍ଟ ସଂଖ୍ୟକ ପିଲା ରହିବେ । ଏନେଇ ଆଜି ବିଭିନ୍ନ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । କରୋନାର ଏହି ଉତ୍କଟ ସମୟରେ କିଭଳି ଶୃଙ୍ଖଳିତ ଭାବେ ଅନଲାଇନ୍ ପରୀକ୍ଷା କରାଯିବ ତା’ଉପରେ ଧ୍ୟାନ ଦେବାକୁ କୁହାଯାଇଛି ।

Advertisment

ଚଳିତଥର ମେଂଟରିଂ ସିଷ୍ଟମ୍ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଯଦି ଗୋଟିଏ ବିଭାଗରେ ୩୨ ଜଣ ପିଲା ଅଛନ୍ତି, ଏବଂ ସେହି ବିଭାଗରେ ୪ ଜଣ ଅଧ୍ୟାପକ ଅଛନ୍ତି । ତେବେ ଜଣେ ଅଧ୍ୟାପକ ୮ ଜଣ ଛାତ୍ରଛାତ୍ରୀଙ୍କ ମେଂଟରିଂ କରିବେ ଅର୍ଥାତ୍ ସେମାନଙ୍କ ପରୀକ୍ଷା ଦାୟିତ୍ୱ ନେବେ ।  ଛାତ୍ରଛାତ୍ରୀ କିଭଳି ସୂଚାରୁ ରୂପେ ପରୀକ୍ଷା ଦେବେ ସେ ଦାୟିତ୍ୱ ଅଧ୍ୟାପକ ନେବେ । ମହାମାରୀ ଯୋଗୁଁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଅନଲାଇନ ପାଠପଢ଼ା ଚାଲିଛି । ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ । ତେଣୁ ଅନଲାଇନ୍ ପରୀକ୍ଷା ସଂପର୍କରେ ବିଶେଷ ଆଲୋଚନା କରାଯାଇଛି ।