ଶପଥ ପୂର୍ବରୁ ମୋଦିଙ୍କୁ ଜେଟଲୀଙ୍କ ଚିଠି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କଲେ ।

335

କନକ ବ୍ୟୁରୋ: ମୋଦି ସରକାରଙ୍କ ଶପଥ ସମାରୋହ ଗୋଟିଏ ଦିନ ପୂର୍ବରୁ ମୋଦିଙ୍କୁ ଅରୁଣ ଜେଟଲୀଙ୍କୁ ଚିଠି । ଆଗାମୀ ଶାସନକାଳରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କଲେ ଜେଟଲୀ । ସ୍ୱାସ୍ଥ୍ରଗତ କାରଣ ଦର୍ଶାଇ କିଛି ଦିନ ପାଇଁ ନୂଆ ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ନହେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଅରୁଣ ଜେଟଲୀ ।

ଏହାସହ ଜେଟଲୀ କହିଛନ୍ତି କି, ଦୀର୍ଘ ୧୮ ମାସ ହେବ ସେ ବିଭିନ୍ନ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ଡକ୍ଟର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ତେଣୁ ମୁଁ ବର୍ତ୍ତମାନ ନୂଆ ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ କୌଣସି ଦାୟିତ୍ୱ ନେଇ ପାରିବି ନାହିଁ । ତେଣୁ ବର୍ତ୍ତମାନ ମୋର ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଧ୍ୟାନ କେନ୍ଦ୍ରୀଭୂତ କରୁଛି । ଆସନ୍ତାକାଲି ଏନଡ଼ିଏ ନୂଆ ସରକାର ଶପଥ ଗ୍ରହଣ କରିବେ ସମସ୍ତ ସଦସ୍ୟଙ୍କୁ ଆନ୍ତରିକତା ସହ ଶୁଭେଚ୍ଛା ଜଣାଇଛନ୍ତି ଅରୁଣ ଜେଟଲୀ ।