କନକ ବ୍ୟୁରୋ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ବିଗିଡିବାରେ ଲାଗିଛି । ଅଗଷ୍ଟ ୯ ତାରିଖରୁ ଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି ହୋଇଥିବା ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଆହୁରୀ ବିଗିଡିବାରେ ଲାଗିଛି । ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ଆଉ ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସାରେ ଦିନରାତି ଏକ କରିଦେଇଛନ୍ତି । ସେପଟେ ଜେଟଲିଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ପୂଜାର୍ଚ୍ଚନା ମଧ୍ୟ ଜାରି ରହିଛି ।

Advertisment

ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ପ୍ରବକ୍ତା ବିନୋଦ ବନସନ ଟୁଇଟ୍ କରି କହିଛନ୍ତି କି, ଦେଶରେ ବରିଷ୍ଠ ନେତା, ରାଜନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲି ସୁସ୍ଥ ହେବା ପାଇଁ ଭଗବାନଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ । ସେହିପରି ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଏମ୍ସରେ ଗତକାଲି ନେତାଙ୍କ ଭିଡ ଜମିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଧନ ଏବଂ ରେଳମନ୍ତ୍ରୀ ପିୟୁଷ ଗୋଏଲ, ଏମ୍ସରେ ପହଂଚି ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଥିଲେ । ଏଥି ସହିତ ହିଁ ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହାଛଡା ଶନିବାର ଦିନ ବହୁଜନ ସମାଜ ପାର୍ଟିର ମୁଖିଆ ମାୟାବତୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସମେତ ଅନେକ ତୁଙ୍ଗ ନେତା ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ଏମ୍ସରେ ପହଂଚିଥିଲେ । ଏଥିସହିତ ହିଁ ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

publive-image

୬୬ ବର୍ଷୀୟ ଜେଟଲିଙ୍କ ଚିକିତ୍ସା ଲାଗି ଏମ୍ସ କର୍ତ୍ତୃପକ୍ଷ ଏକ୍ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରିଥିବାବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କିଛି ଦିନ ତଳେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ହୃଦ୍ଘାତ ଯୋଗୁଁ ଅଚାନକ ମୃତ୍ୟୁ ଘଟିବା ପରେ ଶ୍ରୀ ଜେଟଲିଙ୍କ ଏଭଳି ଅସୁସ୍ଥତା ସାରା ଦେଶ ପାଇଁ ଚିନ୍ତା ଓ ଉଦ୍ବେଗର କାରଣ ହୋଇଛି। ଅରୁଣ ଜେଟଲି ଦୀର୍ଘ ଦିନ ହେଲା ଅସୁସ୍ଥ ଅଛନ୍ତି ଏବଂ କିଡନି ସଂକ୍ରାନ୍ତ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଅଛନ୍ତି। ମେ’ ୨୦୧୮ରେ ତାଙ୍କର କିଡନି ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଥିଲା।ଏହା ବ୍ୟତୀତ ସେ କ୍ୟାନସରକୁ ବି ସାମ୍ନା କରୁଛନ୍ତି। ଏଥିପାଇଁ ସେ ଜାନୁଆରୀ ୨୦୧୯ରେ ଆମେରିକା ଯାଇ ସେଠାରେ ଚିକିତ୍ସିତ ହୋଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ଗତ ୯ ତାରିଖରେ ଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଯିବା ପରେ ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇଥିଲା।

publive-image https://www.india.com

ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଅର୍ଥ ମନ୍ତ୍ରୀ ଥିବା ଶ୍ରୀ ଜେଟଲିଙ୍କୁ ସ୍ବାସ୍ଥ୍ୟ ସମସ୍ୟା ପାଇଁ ବାରମ୍ବାର ଛୁଟିରେ ରହିବାକୁ ପଡ଼ୁଥିଲା। ତେଣୁ ପୀୟୁଷ ଗୋୟଲଙ୍କୁ ଅନ୍ତରୀଣ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଥିଲା ଏବଂ ଗତ ଫେବ୍ରୁଆରେ ଲୋକସଭା ନିର୍ବାଚନ ପୂର୍ବରୁ ସେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିବା ପରେ ଅରୁଣ ଜେଟଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖି ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ କୌଣସି ଦାୟିତ୍ବ ନଦେବା ପାଇଁ ଅନୁରୋଧ କରିଥିଲେ।