କନକ ବ୍ୟୁରୋ : ଅରୁଣ ଜେଟଲୀ ହେଲେ ପ୍ରତିରକ୍ଷା ମନ୍ତ୍ରୀ । ମନୋହର ପାରିକରଙ୍କ ସ୍ଥାନରେ ଏହି ଦାୟିତ୍ୱ ତୁଲାଇବେ ଜେଟଲୀ । ଗୁରୁତ୍ୱପୂର୍ଣ ଅର୍ଥ ମନ୍ତ୍ରାଳୟ ସହ ପ୍ରତିରକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ମଧ୍ୟ ଜେଟଲୀଙ୍କ କାନ୍ଧରେ ପଡିଛି । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ନୋଟିସ୍ ଜାରି ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ପଦରୁ ମନୋହର ପାରିକରଙ୍କ ଇସ୍ତଫା ପରେ ଏହି ଜେଟଲୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।
ଗୋଆର ମୁଖ୍ୟମନ୍ତ୍ରୀ ହେବା ପାଇଁ ପଦରୁ ଇସ୍ତଫା ଦେଇଛନ୍ତି ପାରିକର । ଆସନ୍ତାକାଲି ଗୋଆର ମୁଖ୍ୟମନ୍ତ୍ରୀ ଭାବେ ପାରିକର ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏନଡିଏ କ୍ଷମତାକୁ ଆସିବା ପରେ ପ୍ରଥମେ ଜେଟଲୀଙ୍କ ହାତରେ ରହିଥିଲା ପ୍ରତିରକ୍ଷା ବିଭାଗ । ତେଣୁ ଅଭିଜ୍ଞତା ଦୃଷ୍ଟିରୁ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ ବିଭାଗ ପୁଣି ଥରେ ଜେଟଲୀଙ୍କୁ ସମ୍ଭାଳିବାକୁ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/102358685-Arun_Jaitley.1910x1000-1.jpg)