କନକ ବ୍ୟୁରୋ : ଉତ୍ତର ପ୍ରଦେଶର ମିରଟ ଲୋକସଭା ଆସନରୁ ବିଜେପି ଟିକେଟରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅରୁଣ ଗୋଭିଲ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ସମାଜବାଦୀ ପାର୍ଟିର ପ୍ରାର୍ଥୀ ସୁନୀତା ବର୍ମାଙ୍କୁ ୫୮୧୬ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ଏହାସହ ଏହି ଆସନରୁ ବହୁଜନ ସମାଜବାଦୀ ପାର୍ଟି ଟିକେଟରୁ ପ୍ରତିଦ୍ୱନ୍ଦିତା କରୁଥିବା ଦେବବ୍ରତ କୁମାର ମଧ୍ୟ କଡା ଟକ୍କର ଦେଇଛନ୍ତି । ଅରୁଣ ଗୋଭିଲଙ୍କୁ ୫ ଲକ୍ଷ ୨୧ ହଜାର ୮୦୨ ଭୋଟ ମିଳିଥିବା ବେଳେ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁନୀତା ବର୍ମାଙ୍କୁ ୫ ଲକ୍ଷ ୧୩ ହଜାର ୪୪୧ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି ବହୁଜନସମାଜବାଦୀ ପାର୍ଟି ଟିକେଟରୁ ଲଢୁଥିବା ଦେବବ୍ରତ କୁମାର ତ୍ୟାଗୀ ୪ ଲକ୍ଷ ୪୧ହଜାର ୬୨୪ ଖଣ୍ଡ ଭୋଟ ପାଇଛନ୍ତି ।