‘ପରୀ’ ହତ୍ୟା ମାମଲା : ଅଭିଯୁକ୍ତକୁ ଧରିବା ଏସଆଇଟି ପାଇଁ ଥିଲା ବଡ଼ ଚ୍ୟାଲେଂଜ; ବୋଥ୍ରା କହିଲେ, ୨୨ ବର୍ଷ ଚାକିରି କାଳରେ ଏମିତି ବୀଭତ୍ସ ହତ୍ୟାକାଣ୍ଡ ଦେଖିନଥିଲେ

ପ୍ରମାଣ ପାଇଁ ଯଦୁପୁରରେ ଶୁଖାଯାଉଛି ପୋଖରୀ

3,888

କନକ ବ୍ୟୁରୋ : ପରୀ ହତ୍ୟା ଉପରୁ ଉଠିଲା ପରଦା । ହତ୍ୟା ଘଟଣାର ଗୁମର ଖୋଲିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଅଭିଯୁକ୍ତକୁ ଧରିବା ଏସଆଇଟି ମୁଖ୍ୟଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ପରୀକୁ ଦୁଷ୍କର୍ମ ହୋଇଥିବା କଥା କେହି କେବେ ଭାବିନଥିଲେ । ଅଭିଯୁକ୍ତ ସରୋଜ ସେଠୀ ସନ୍ଦେହ ଘରକୁ ଆସିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏଭଳି  ନୃଶଂସ, ଛାତିଥରା ଘଟଣା ନିଜ ୨୨ ବର୍ଷ ଚାକିରି କାଳରେ ଏମିତି ବୀଭତ୍ସ ହତ୍ୟାକାଣ୍ଡ ଦେଖିନଥିଲେ ବୋଲି ଅରୁଣ ବୋଥ୍ରା କହିଛନ୍ତି ।

କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ସେନେଇ କହିଛନ୍ତି ଅରୁଣ ବୋଥ୍ରା । ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱୀକାର କରିଛି । ଏପରିକି ମୃତଦେହ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଜେରା ବେଳେ ଅଭିଯୁୁକ୍ତ ହତ୍ୟା ଓ ଦୁଷ୍କର୍ମ କଥା ମାନିଛି । ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ କରିଛି ଅଭିଯୁକ୍ତ । କାଳେ ଧରାପଡ଼ିଯିବ ବୋଲି ହୋସ ଆସିବା ପରେ ପରୀକୁ ଅଖା ଭିତରେ ବାନ୍ଧି ଦେଇଥିଲା । ସରୋଜକୁ ପୂର୍ବରୁ ନେଇ ଜିଲ୍ଲା ପୁଲିସ ପଚରାଉଚରା କରିଥିଲା । ତେଣୁ ସେ ଆରମ୍ଭରୁ ସନ୍ଦେହରେ ଥିଲା । ଗାଁର ୧୨୦ ପରିବାରରର ସଂପୂର୍ଣ୍ଣ ତଥ୍ୟ ନିଆଯାଇଥିଲା ।

ପରୀ ହତ୍ୟାର ଅଧିକ ପ୍ରମାଣ ପାଇଁ ଯେଉଁ ପୋଖରୀ ପାଖରୁ ପରୀର ମୃତଦେହ ମିଳିଥିଲା ସେହି ପୋଖରୀକୁ ଶୁଖାଉଛି ଏସଆଇଟି । ଫୋଖରୀରୁ ଜଳ ନିଷ୍କାସନ ପକ୍ରିୟା ଆରମ୍ଭ ହୋଇଛି । ମଟର ପମ୍ପ ଲଗାଇ ପୋଖରୀ ମଧ୍ୟରୁ ପାଣି କଢ଼ା ଯାଉଛି । ନୟାଗଡ଼ ମୁନିସପାଲଟିର ଅଧିକାରୀ, କର୍ମଚାରୀ, ଅଗ୍ନିଶମ ବାହିନୀ ଓ ଓଡ଼୍ରାଫ ଟିମ୍ ପୋଖରୀରୁ ଜଳ ନିଷ୍କାସନ କାର୍ଯ୍ରରେ ନିୟୋଜିତ ହୋଇଛନ୍ତି । ପୋଖରୀରେ ପରୀ ପିନ୍ଧିଥିବା ଲେଗ୍ନିଂନ୍ସ ପକାଯାଇଛି । ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଯାଇଛି । ଆଜିଠୁ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସଆଇଟି ।