ଧ୍ୟାନ ଦିଅନ୍ତୁ ଛାତ୍ରଛାତ୍ରୀ… ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ରେଜଲ୍ଟ

228

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । କାଲି ବାହାରିବ ଆର୍ଟସ ରେଜଲ୍ଟ । ଆସନ୍ତାକାଲି ପ୍ରକାଶ ପାଇବ +୨ କଳାର ପରୀକ୍ଷାଫଳ । ତାସହ ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । ତେବେ ଅପରାହ୍ନ ୪ଟା ବେଳେ ରେଜଲ୍ଟ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଗତ ୩୧ ତାରିଖ ଦିନ ପ୍ରକାଶ ପାଇଥିଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟର ଫଳାଫଳ । ଭୁବନେଶ୍ୱର ସିଏଚଏସଇ କାର୍ଯ୍ୟାଳୟ ପରିସରରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଫଳାଫଳ ଘୋଷଣା କରିଥିଲେ । ତେବେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଆଗରେ ଛାତ୍ରୀ ଥିଲେ ।