କନକ ବ୍ୟୁରୋ: କରୋନା କାଳରେ ସରକାର ଆମ ପେଟ କଥା ବୁଝନ୍ତୁ । ଆମେ କେମିତି ଚଳିବୁ । ଆମ ପରିବାର କେମିତି ପୋଷା ହେବ । ଏହାକୁ ନେଇ ରାଜଧାନୀରେ କଳାକାରଙ୍କ ଅଭିନବ ପ୍ରତିବାଦ । ନିଜର ଜୀବିକା ବଂଚାଇବାକୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ପଥପ୍ରାନ୍ତ କଳାକାର ସଂଘ । କରୋନା କଟକଣା ପାଇଁ ବନ୍ଦ ଥିବା ମଂଚ ସ୍ତରୀୟ ନାଟକକୁ ସରକାରୀ ସ୍ତରରେ ଖୋଲିବାକୁ ସ୍ୱିକୃତି ଦେବାକୁ ଦାବି କଲେ କଳାକାର ।
କରୋନା ପାଇଁ ୮ ମାସ ହେବ ବନ୍ଦ ପଡ଼ିଛି ମଂଚ ସ୍ତରୀୟ ନାଟକ କାର୍ଯ୍ୟକ୍ରମ । ତେଣୁ ଏବେ ଏହାକୁ ଖୋଲିବାକୁ ଅନୁମତି ଦେବାକୁ କଳାକାର ମାନେ ଆଜି ସରକାରଙ୍କୁ ଅନୁରୋଧ କରିଛନ୍ତି । ରବୀନ୍ଦ୍ର ମଣ୍ଡପ ଠାରୁ ସଙ୍ଗୀତ ମହାବିଦ୍ୟାଳୟ ଯାଏଁ ରାସ୍ତା କଡରେ ବିଭିନ୍ନ ବେଶ ଭୂଷାରେ କଳାକାର ମାନେ ନିଆରା ପ୍ରତିବାଦ କରି ସରକାରଙ୍କୁ ନିଜ ଗୁହାରି ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/26-13.jpg)