କନକ ବ୍ୟୁରୋ : ପାରମ୍ପାରିକ ଭିତିରେ ଶିଳ୍ପିଗ୍ରାମ ରଘୁରାଜପୁରରେ ଅନୁଷ୍ଠିତ ହେଉଛି ପଟ୍ଟଚିତ୍ର ଶିବିର । ପରିବାରର ସମସ୍ତ ସଦସ୍ୟ ମାନେ ନିଜ ଦୁଆରେ ପାମ୍ପାରିକ ଚିତ୍ର ଅଙ୍କୁଥିବାର ଦେଖିବାକୁ ମିଳିଛି । କୋଭିଡ଼ କଟକଣା ଯୋଗୁଁ ଗାଁକୁ ପର୍ଯ୍ୟଟକ ମାନେ ଆସୁନାହାଁନ୍ତି । ଶିଳ୍ପୀ ମାନେ ଆର୍ଥିକ କ୍ଷତି ସହିବା ସହ ନିଜର କୌଳିକ କାମରୁ ଦୁରେଇ ରହୁଛନ୍ତି । ତେଣୁ ନିଜ ଦୁଆରକୁ ନିଜେ ସଜାଇବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି ।
ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଖଣି ନିଗମ ସହାୟତାରେ ପ୍ରତେକ କଳାକାର ପରିବାରକୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇବା ସହ ପାରମ୍ପାରିକ ଭିତିକ ପଟ୍ଟଚିତ୍ର କଳା ଶିବିର ଆରମ୍ଭ ହୋଇଛି । ଏହି ଶିବିର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତେକ ପରିବାର ୫୦ ବର୍ଗଫୁଟ ର ଚିତ୍ରକଳା କରିବେ । ଶେଷରେ ୫ଜଣଙ୍କ କଳାକୁ ଶ୍ରେଷ୍ଠ ବିବେଚିତ କରାଯାଇ ସେମାନଙ୍କୁ ସମ୍ମାନିତ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/vlcsnap-2021-06-14-14h16m22s487.png)