କନକ ବ୍ୟୁରୋ: ଆଗକୁ ଆସୁଛି ରାକ୍ଷୀ ପୁର୍ଣ୍ଣିମା । ଏନେଇ ବଜାର ବେଶ ସରଗରମ ହେଲାଣି । ହେଲେ କଟକ କନ୍ଦରପୁର ଅସଚଳରେ ମିଳୁଛି କିଛି ନିଆରା କିସମର ରାକ୍ଷୀ । ନଡ଼ିଆ ସଢେଇରେ ତିଆରି ହୋଇଛି ଭଳିକିଭଳି ରାକ୍ଷୀ । କନ୍ଦରପୁରର ଚିତରଂଜନ ଏହି ନଡିଆ ଖୋଳରେ ବିଭିନ୍ନ ମଂଜି ଓ ରଙ୍ଗ ଦେଇ ଏହି ରାକ୍ଷୀ ସବୁ କରୁଛନ୍ତି । ଏହି ଫ୍ରେଣ୍ଡଲି ରାକ୍ଷୀ ତିଆରି ଏବେ ସେ ଚର୍ଚ୍ଚାରେ । ସଢେଇକୁ କାଟି ଷ୍ଟୋନ ଓ ଚୁମୁକି ଲଗାଇ ରଙ୍ଗ ଦେଇ ସୁନ୍ଦର ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ଆ ଏହାର ଦାମ ସବୁ ୨୦ ଟଙ୍କାରୁ ଆରମ୍ଭ ହୋଇ ୧୦୦ଟଙ୍କା ପର୍ଯ୍ୟନ୍ତ ରହିଛି । ଯାହାକି ଲୋକଙ୍କ ବୋ ପସନ୍ଦ ପାଲଟିଛି । କେବଳ ରାକ୍ଷୀ ନୁହେଁ ଚିତରଂଜନ ଏହି ସଢେଇକୁ ବ୍ୟବହାର କରି ଫୁଲଦାନୀରୁ ନେଇ ପେନ୍ ଷ୍ଟାଣ୍ଡ , କାର୍ଟୁନ ଓ ଠାକୁରଙ୍କ ଭଳିକି ଭଳି ପ୍ରତିମୂର୍ତିମାନ ତିଆରି କରୁଛନ୍ତି । ସୁନ୍ଦର ସୁନ୍ଦର ଘର ସଜା ଜିନିଷ ମାନ ତିଆରି କରି ବାହାରେ ବିକ୍ରୀ କରୁଛନ୍ତି । ପେଶାରେ ଜଣେ ଚିତ୍ରଶିଳ୍ପୀ ହୋଇଥିବା ବେଳେ ତାଙ୍କର ଏହି ସବୁ ଜିନିଷକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ତେବେ ଅନଟନ ଭିତରେ ରହୁଥିବା ଏହି ଚିତ୍ରଶିଳ୍ପୀଙ୍କୁ ପ୍ରଶାସନ ପକ୍ଷରୁ କିଛି ପ୍ରୋତ୍ସାହନ ଦିଆଗଲେ ତାଙ୍କର ସ୍ଥିତି ସ୍ୱଚ୍ଛଳ ହୋଇପାରନ୍ତା ।