ସୁନା ଅଳଙ୍କାରରେ ଅବଦୁଲ୍ କାଲାମ୍ । ସୁନା ହାର ଆଉ ମୁଦିରେ କଲାମଙ୍କ ପ୍ରତିକୃତି କଲେ ପ୍ରଂଶସକ ।

258

କନକ ବ୍ୟୁରୋ : ଡଃ ଏପିଜେ ଅବଦୁଲ କଲାମ୍ । ପ୍ରତିଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଘରଟିଏ କରିପାରିଥିବା ଭାରତର ଏକମାତ୍ର ରାଷ୍ଟ୍ରପତି । ତାଙ୍କର ସରଳ ଜୀବନଶୈଳୀ ସମସ୍ତଙ୍କୁ ବେଶ ଆକୃଷ୍ଟ କରିଥିଲା । ଆଉ ସେହି ମହାନ୍ ପୁରୁଷଙ୍କ ସ୍ମୃତିରେ ଏକ ନିଆରା ପ୍ରତିକୃତି ତିଆରି କରିଛନ୍ତି ତାଙ୍କର ଜଣେ ପ୍ରଂଶସକ ।

ସୁନା ଅଳଙ୍କାରରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମ୍ । ଏହି ଫଟୋଟି ଦେଖି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ । କାରଣ ଏମିତି ପ୍ରତିକୃତି ହୁଏତ ଆଗରୁ କେବେ ଦେଖିବାକୁ ମିଳିନାହିଁ । କୌଣସି ରଙ୍ଗ ତୁଳୀ ନୁହେଁ, ସୁନା ଗହଣାରେ ତିଆରି ହୋଇଛି କଲାମଙ୍କ ଫଟୋ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କଲାମଙ୍କର ଏହି ପ୍ରତିକୃତିଟି ପ୍ୟୁର ସୁନା ଅଳଙ୍କାରରେ ତିଆରି କରାଯାଇଛି । ସୁନାର ହାର, ଚେନ୍, ସୁନା ମୁଦି, ନେକଲେସ୍ ଆଦି ବ୍ୟବହାର କରି ଡଃ ଏପିଜେ ଅବଦୁଲ କଲାମଙ୍କର ଏହି ସୁନ୍ଦର ପ୍ରତିକୃତିଟି ତିଆରି ହୋଇଛି । ଯାହା ଦେଖିଲେ ଆଖି ଲାଖି ହୋଇଯାଉଛି ।

ପ୍ରତିଟି ଭାରତୀୟଙ୍କ ମନ ଜିଣିପାରିଥିବା ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ମଧ୍ୟ ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ ସିନା ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ କଲାମ୍ ।