କନକ ବ୍ୟୁରୋ: ତାଙ୍କ ନା ଶୁଣିଲେ ହସ କଥା ମନେପଡେ । ତାଙ୍କ ଚାଲି ତାଙ୍କ କଥା କୁହା ଠାଣିରେ ଦର୍ଶକ ହସି ହସି ବେଦମ୍ ହୋଇପଡୁଥିଲେ । ହସ ଶିରୋମଣି ହାସ୍ୟ ଅଭିନେତା ମଣିଭଦ୍ର ବିଶ୍ୱାଳ । ଦିନେ ନିଜ ନିଖୁଣ ଅଭିନୟରେ ଯାତ୍ରା ପ୍ରେମୀଙ୍କ ଭରପୁର ମନୋରଂଜନ କରୁଥିଲେ । ହେଲେ ଆଜି ଜରାଶ୍ରମରେ କଟୁଛି ତାଙ୍କ ଜୀବନ । ଘର ବାଲେଶ୍ୱର । ଯାତ୍ରା ଛାଡିଲା ପରେ ସେ ଏବେ ବନ୍ଦର ନଗରୀ ପାରାଦୀପ ଉପକଣ୍ଠ ଗଡ ନିକଟ ରତ୍ନମାଳୀ ଜେମା ଜରାଶ୍ରମରେ ଆଶ୍ରିତ । ଜରାଶ୍ରମର ଅନ୍ତେବାସୀଙ୍କ ସହ କଟୁଛି ଯାତ୍ରା ଜଗତର କମେଡି କିଗଂ ମଣିଭଦ୍ରଙ୍କ ଜୀବନ । ପାରିବାରିକ କଳହ କାରଣରୁ ମଣି ଘର ଛାଡି ଆସିଥିବା ଜରାଶ୍ରମର ସଭାପତି କହୁଥିବାବେଳେ, ସେ ନିଜେ କହୁଛନ୍ତି ପାରାଦୀପ ବୁଲିବାକୁ ଆସି ଏଠାରେ ରହିଛନ୍ତି ।

Advertisment

୧୯୭୦ ମସିହାରୁ ଯାତ୍ରା ଜଗତରେ ପାଦ ଦେଇଥିଲେ ମଣିଭଦ୍ର । ଶିକ୍ଷକତା ଚାକିରି ଛାଡି କଳାକୁ ଆପଣେଇ ନେଇଥିଲେ । ୪୦୦ରୁ ଅଧିକ ଯାତ୍ରା, ନାଟକରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ମଣିଭଦ୍ର । ହେଲେ ଆଜି ତାଙ୍କ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ପାରିବାରିକ ଜୀବନ କୁ ତୁଚ୍ଛ କରି ବାଲେଶ୍ୱର ରୁ ଚାଲି ଆସିଛନ୍ତି ବନ୍ଦର ନଗରୀ ପାରାଦୀପ ।