କନକ ବ୍ୟୁରୋ: ବଲିଉଡରେ ଇଡି ଆତଙ୍କ । ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ ସାମ୍ନାକୁ ଆସୁଛି ଜଣଙ୍କ ପରେ ଜଣେ ବଲିଉଡ କଳାକାରଙ୍କ ନାଁ । ଦୁଇ ଦିନ ପୂର୍ବରୁ ଅଭିନେତା ରଣବୀର କପୁରଙ୍କୁ ଜେରା ପାଇଁ ସମନ ମିଳିଥିବାବେଳେ ଏବେ ରାଡ଼ାକୁ ଆସିଛନ୍ତି କମେଡି କଳାକାର କପିଲ ଶର୍ମା, ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ହୁମା କୁରେସୀ । ବେଆଇନ ମହାଦେବ ଅନଲାଇନ ବେଟିଂ ଆପ୍ରେ କଳାକାରଙ୍କ ଭୂମିକା କଣ ସେ ନେଇ ଖୋଳତାଡ଼ କରୁଛି ଇଡି । ଠକେଇରେ ଏମାନଙ୍କର ସମ୍ପୃକ୍ତି ରହିଛି କି ନେଇ ସେ ନେଇ ଅଧିକ ତଦନ୍ତ କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହି ମହାଦେବ ବେଟିଂ ଆପ୍ ବେଆଇନ ଭାବେ ସଟ୍ଟା ବଜାର ସହ ଜଡ଼ିତ । ସøରଭ ନିଜ ସହଯୋଗୀ ରବି ଉପ୍ପଲଙ୍କ ସହ ମିଶି ମହାଦେବ ବେଟିଂ ଆପ ଖୋଲିଥିଲେ । ନିକଟରେ ଦୁବାଇ ବେଶ ବଡ ଆକାରରେ ବିବାହ କରିଥଲେ ସୌରଭ ଚନ୍ଦ୍ରାକର । ଉଭୟ ସୌରଭ ଓ ରବି ଛତିଶଗଡର । ଜୁସ ଦୋକାନ କରିଥିଲେ ସୌରଭ ଓ ଟାୟାର ଦୋକାନ କରି ଗୁଜୁରାଣ ମେଂଟାଉଥିଲେ ରବି । ଦୁବାଇ ଯାଇ ଜଣେ ଶିଖ ଓ ପାକିସ୍ତାନୀଙ୍କୁ ଭେଟିଥିଲେ । ସେମାନଙ୍କ ସହ ମିଶି ଖୋଲିଥିଲେ ମହାଦେବ ଅନଲାଇନ ଗେମିଂ ଓ ବେଟିଂ ଆପସ ।

Kanak News is now on WhatsApp
Join and get latest news updates delivered to you via WhatsApp
ନଜର ପକାନ୍ତୁ କେମିତି ଠକେଇ ହୋଇଥିଲା
– ଗତ ବର୍ଷ ଫେବୃଆରୀରେ ଦୁବାଇର ସୌରଭଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା
– ଏହି ବିବାହ ଉତ୍ସବ ପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା
– ଏହି କାର୍ଯ୍ୟକ୍ରମରେ ୧୭ ବଲିଉଡ କଳାକାର ଯୋଗଦେଇଥିଲେ
– ସମସ୍ତେ ନେଇଥିଲେ ମୋଟା ଅଙ୍କର ପାରିଶ୍ରମିକ
– କିଛି କଳାକାର ଆପସ ପାଇଁ ପ୍ରମୋସନ ମଧ୍ୟ କରିଥିଲେ
– ସୌରଭ ନିଜ ସହଯୋଗୀ ରବି ଉପ୍ପଲଙ୍କ ସହ ମିଶି ମହାଦେବ ବେଟିଂ ଆପ ଖୋଲିଥିଲେ
– ଅନଲାଇନରେ କ୍ରିକେଟ, ଫୁଟବଲ, ଟେନିସ୍, ବ୍ୟାଡମିଂଟନ, କାର୍ଡ ଗେମ୍ସ ଆଦି ଖେଳ ଖେଳି ରୋଜଗାର କରିବାକୁ ପ୍ରଲୋଭିତ କରୁଥିଲେ
– ଅନଲାଇନ ବେଟିଂରେ ସଂସ୍ଥା ଦିନକୁ ୨୦୦ କୋଟିରୁ ଅଧିକ ଆୟ କରୁଥିଲା
– ମୋଟ ୫୦୦୦ କୋଟି ଠକେଇ ହୋଇଥିବା ସନ୍ଦେହ
– ଭାରତ, ଶ୍ରୀଲଙ୍କା, ନେପାଳ, ପାକିସ୍ତାନ ରହିଛି ନେଟୱର୍କ
ଅନଲାଇନ ବେଟିଂ ଆପ୍ ଯାଂଚ ମାମଲାରେ ସେପ୍ଟେମ୍ବର ୧୫ତାରିଖରେ ରାୟପୁର, ଭୋପାଲ, ମୁମ୍ବାଇ ଓ କୋଲକାତାର ୩୯ଟି ସ୍ଥାନରେ ଚଢ଼ାଉ କରିଥିଲା ଇଡି । ଏବଂ ଜୁଆଡ଼ିଙ୍କ ଠିକଣାରୁ ୪୧୭ କୋଟି ଟଙ୍କାର ସମ୍ପତି ଜବତ କରାଯାଇଥିଲା । ଏହି ଆପ୍ ଜରିଆରେ ୫ହଜାର କୋଟି ଟଙ୍କାର ଠକେଇ ହୋଇଥିବା ସନ୍ଦେହ ରହିଛି । ମାଷ୍ଟରମାଇଣ୍ଡଙ୍କ ନାଁରେ ଲୁକଆଉଟ ନୋଟିସ ଜାରି ହୋଇସାରିଛି ।