ଶକ୍ତିଶାଳୀ ହେବ ଭାରତୀୟ ସେନା । ଆସନ୍ତାକାଲି ସେନାରେ ସାମିଲ ହେବ ସ୍ୱଦେଶୀ ‘ଧୁନଷ’ ତୋପ ।

Advertisment
ଶକ୍ତିଶାଳୀ ହେବ ଭାରତୀୟ ସେନା । ଆସନ୍ତାକାଲି ସେନାରେ ସାମିଲ ହେବ ସ୍ୱଦେଶୀ ‘ଧୁନଷ’ ତୋପ ।

ଭାରତୀୟ ସେନାର ଶକ୍ତି ଓ ସାମର୍ଥ୍ୟକୁ ବଢ଼ାଇବା ପାଇଁ ସୋମବାରଠାରୁ ସେନାରେ ସାମିଲ୍ ହେବାକୁ ଯାଉଛି ଦେଶର ପ୍ରଥମ ‘ଦେଶୀ ବୋଫୋର୍ସ’ ଧନୁଷ ୧୫୫ଏମଏମ୍/୪୫ କ୍ୟାଲିବରେ ଟୋଡ୍ ଗନ୍ ସିଷ୍ଟମ। ଏହା ଏବେ ଭାରତୀୟ ସେନାରେ ସାମିଲ୍ ହେବାକୁ ପୂରାପୂରି ପ୍ରସ୍ତୁତ।

ଏନେଇ ଭାରତୀୟ ସେନାର ଆଡିସନାଲ ଡାଇରେକ୍ଟୋରେଟ ଜେନେରାଲ୍ ଅଫ୍ ପବ୍ଲିକ୍ ଇନ୍ଫର୍ମମେସନ୍ ପକ୍ଷରୁ ଏକ ଟ୍ଵିଟ୍ କରାଯାଇ ଲେଖାଯାଇଛି ଯେ ‘ଭାରତର ପ୍ରଥମ ସ୍ୱଦେଶୀ ରୂପରେ ଡିଜାଇନ୍ ଓ ବିକଶିତ ଧନୁଷ ୧୫୫ଏମଏମ୍/୪୫ କ୍ୟାଲିବରେ ଟୋଡ୍ ଗନ୍ ସିଷ୍ଟମ ଭାରତୀୟ ସେନାରେ ସାମିଲ୍ ହେବାକୁ ପ୍ରସ୍ତୁତ। ଏହାକୁ ଏପ୍ରିଲ୍ ୮ ତାରିଖରେ ଗୋଳାବାରୁଦ କାରଖାନା ବୋର୍ଡ(ଓଏଫ୍ବି) ଦ୍ୱାରା ଭାରତୀୟ ସେନାକୁ ପ୍ରଦାନ କରାଯିବ। ଧନୁଷକୁ ସମସ୍ତ ପ୍ରକାର ଅଞ୍ଚଳରେ ନିୟୋଜିତ କରାଯାଇ ପାରିବ।’

ବିଜେପି ସରକାର ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ ଅଭିଯାନ’ର ଏହା ହେଉଛି ପ୍ରଥମ ସ୍ୱଦେଶୀ ଲମ୍ବ ଦୂରଗମୀ ତୋପ। ପ୍ରାୟ ୩୮ କିଲୋମିଟରକୁ ଟାର୍ଗେଟ କରି ପାରୁଥିବା ଏହି ଧନୁଷରେ ୮୧ ପ୍ରତିଶତ ସ୍ୱଦେଶୀ ଯନ୍ତ୍ରକୌଶଳ ବ୍ୟବହୃତ ହୋଇଛି।ଏହା ଦୀର୍ଘ ସମୟ ଧରି ଫାୟରିଂ କରିପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe