କନକ ବ୍ୟୁରୋ: ଦୂରରେ କ’ଣ କିଛି ଭଲ ଭାବେ ଦେଖାଯାଉନି । ହଠାତ ଦେଖିଲେ ଏହା କେଉଁ ସ୍ଥାନର ମଧ୍ୟ ଜଣାପଡୁନି । ଏ ସ୍ଥିତି ପ୍ରତିବର୍ଷ ଶୀତ ଆସିଲେ ଦେଖିବାକୁ ମିଳେ । ଏ ଚିତ୍ର ହେଉଛି ରାଜଧାନୀ ଦିଲ୍ଲୀର । ବର୍ଷ ବର୍ଷ ଧରି ନେତା ଓ ସରକାର ପ୍ରଦୂଷଣ ଦିଗରେ ବୟାନବାଜି କରୁଛନ୍ତି । କିନ୍ତୁ ଏହାର ପରିଣାମ କ’ଣ ଏହି ଦୃଶ୍ୟକୁ ଦେଖିଲେ ଆପଣ ବେଶ ଭଲ ଭାବେ ହୃଦୟଙ୍ଗମ କରିପାରିବେ । ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ରହିଛି । ପ୍ରଦୂଷଣ ହେତୁ ରାଜଧାନୀରେ ନିଶ୍ୱାସ ନେବା କଷ୍ଟକର ହୋଇପଡୁଛି । ସମସ୍ତ ଚେଷ୍ଟା ସତ୍ୱେ ରାଜଧାନୀରେ ବାୟୁ ଗୁଣବତା ‘ଗମ୍ଭୀର’ ବର୍ଗରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଏହି ସୂଚନା ମିଳିଛି । ଏହି କାରଣରୁ ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରିବାକୁ ଚିନ୍ତା କରୁଛନ୍ତି । ଯଦିଓ ସରକାର ଡିଜେଲ୍ ଚାଳିତ ଯାନ ଉପରେ ରୋକ୍ ଲଗାଇଛନ୍ତି ଏବଂ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ପକାଇଛନ୍ତି କିନ୍ତୁ ସ୍ଥିତିରେ ସେଭଳି କୌଣସି ବିଶେଷ ଫରକ ପଡୁନାହିଁ ।

Kanak News is now on WhatsApp
Join and get latest news updates delivered to you via WhatsApp
ନଜର ପକାନ୍ତୁ କେଉଁ ସ୍ଥାନରେ କେତେ ରହିଛି ବାୟୁର ଗୁଣବତ୍ତା
ଦିଲ୍ଲୀ ଏବଂ ଆଖପାଖ ଅଂଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୫୦+
ରେକର୍ଡ ସମୟ ଗୁରୁବାର ସକାଳ ୬ଟା ୩୦
ସ୍ଥାନ ବାୟୁର ଗୁଣବତ୍ତା ସୂଚକାଙ୍କ
ନ୍ୟୁ ମୋତି ବାଗ ୪୫୦
ଆର.କେ ପୁରାମ ୪୫୩
ପଞ୍ଜାବୀ ବାଗ ୪୪୪
ଆଇଟିଓ ୪୪୧
ଆନନ୍ଦ ବିହାର ୪୩୨
ନଏଡା ୪୬୧
ଗୁରୁଗ୍ରାମ ୩୯୬
ଫରିଦାବାଦ ୪୧୪
ଗାଜିଆବାଦ ୩୭୦
ରାଜଧାନୀରେ ବାୟୁ ପ୍ରଦୂଷଣ ସଙ୍କଟକୁ ମୁକାବିଲା କରିବା ପାଇଁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି ଯେ ଦିଲ୍ଲୀ ସରକାର ଅନ୍ୟ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ଆପ-ଆଧାରିତ ଟ୍ୟାକ୍ସିଗୁଡ଼ିକୁ ଜାତୀୟ ରାଜଧାନୀ ଭିତରକୁ ଯିବାକୁ ବାରଣ କରିବାକୁ ବିଚାର କରନ୍ତୁ । ଏହି ପ୍ରସ୍ତାବ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଦିଲ୍ଲୀ ପରିବହନ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ କୋର୍ଟଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ସେ ତାଙ୍କ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ସାଂଘାତିକ ସ୍ତରରେ ଦିଲ୍ଲୀ ପ୍ରଦୂଷଣ
ପ୍ରକୃତିକୁ ଅଣଦେଖା, ଅଡୁଆରେ ଲୋକେ
ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଭରସା କୃତ୍ରିମ ବର୍ଷା!
ଆକାଶ ମାର୍ଗରୁ ବିଜ୍ଞାନ ଦେବ ଆଶ୍ୱସ୍ତି!
ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରକୁ ଚାଲିଯାଇଛି । ଆଉ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରାଇବାକୁ ନିଷ୍ପତି ନେଇଛନ୍ତି । ବୁଧବାର ଆଇଆଇଟି କାନପୁରର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ନଭେମ୍ବର ୨୦ରୁ ବର୍ଷା କରାଇବାକୁ ତାରିଖ ଧାର୍ଯ୍ୟ କରାଯାଇଛି । ଆଇଆଇଟି କାନପୁର ଏ ସଂକ୍ରାନ୍ତ ଚୂଡାନ୍ତ ଯୋଜନା ଦିଲ୍ଲୀ ସରକାରଙ୍କୁ ଉପଲବ୍ଧ କରାଇଛି । ତେବେ ଏନେଇ ସୁପ୍ରିମକୋର୍ଟଙ୍କୁ ଅନୁମତିକୁ ଅପେକ୍ଷା ରହିଛି । ଯଦି ନେଭମ୍ବର ୨୦-୨୧ ତାରିଖ ଦିଲ୍ଲୀ ଆକାଶରେ ମେଘ ଥାଏ ଏବଂ କୃତ୍ରିମ ବର୍ଷା ଅନୁମୋଦନକୁ ମଞ୍ଜୁରୀ ମିଳିଲେ ବର୍ଷା କରାଯିବ । ଆଉ ଏହା ହେବ ଦେଶରେ ପ୍ରଥମ ବୈଜ୍ଞାନିକ ପଦ୍ଧତି ଅନୁସାରେ କୃତ୍ରିମ ବର୍ଷା ।
କୃତ୍ରିମ ବର୍ଷା ହେଉଛି ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଏୟାରକ୍ରାଫ୍ଟ ଜରିଆରେ ଆକାଶରେ ସିଲଭର ଆୟୋଡାଇଡ ବୁଣି ଦିଆଯାଏ । ବାଦଲ ସଂପର୍କରେ ସିଲଭର ଆୟୋଡାଇଡ୍ ଆସିବା ମାତ୍ରେ ଦ୍ରୁତ ଗତିରେ ବର୍ଷା ସୃଷ୍ଟିକାରୀ ବାଦଳ ବଢିଯାଏ ଏବଂ ବର୍ଷା ହୋଇଥାଏ । ବୈଜ୍ଞାନିକାନେ ଏହାକୁ କ୍ଲାଉଡ ସିଡିଂ ବୋଲି କହିଥାନ୍ତି । ଭାରତରେ ପ୍ରଥମ ଥର ପାଇଁ ଏହି କୃତ୍ରିମ ବର୍ଷା କରାଇବାକୁ ଯୋଜନା ହୋଇଛି ।