କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଦୂଷିତ ବାୟୁ ଚିନ୍ତାର ବିଷୟ ପାଲଟିଛି । ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର । ବାୟୁର ମାନକ ବଢ଼ାଇବା ପାଇଁ କେଜ୍ରିୱାଲ ସରକାର ଆଇଆଇଟି କାନପୁରର ସହ ଆଲୋଚନା ଜାରି ରଖିଛନ୍ତି । ଦୀପାବଳି ପରେ ୨୦ କିମ୍ବା ୨୧ତାରିଖରେ କୃତ୍ରିମ ବର୍ଷା କରାଇବାକୁ ଯୋଜନା କରୁଛନ୍ତି କେଜ୍ରିୱାଲ ସରକାର । ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ, ଅର୍ଥମନ୍ତ୍ରୀ ଅତିଶୀ ଓ ଆଇଆଇଟି କାନପୁରର ଏକ ଟିମ୍ ମଧ୍ୟରେ ବୈଠକ ବସିଛି । ଆଲୋଚନା ସମୟରେ ବାୟୁ ଗୁଣବତ୍ତାରେ ତୁରନ୍ତ ସୁଧାର ଆଣିବା ପାଇଁ କୃତ୍ରିମ ବର୍ଷାର ପ୍ରସ୍ତାବ ଦେଇଛନ୍ତି ଆଇଆଇଟି ଟିମ୍ ।

Kanak News is now on WhatsApp
Join and get latest news updates delivered to you via WhatsApp
କୃତ୍ରିମ ବର୍ଷାକୁ ନେଇ ଆବଶ୍ୟକୀୟ ପରିବେଶ ସୃଷ୍ଟି କରିବା ପାଇଁ ଆଇଆଇଟି କାନପୁର ଦୀର୍ଘ ୫ବର୍ଷ ହେଲା ଗବେଷଣା ଜାରି ରଖିଛି । ଗତ ଜୁଲାଇ ମାସରେ ଏହାର ସଫଳ ପରୀକ୍ଷଣ ମଧ୍ୟ କରାଯାଇଛି । ଏବେ ଦିଲ୍ଲୀ ପ୍ରଦୂଷଣର ମୁକାବିଲା ପାଇଁ ଆଇଆଇଟି କାନପୁର ବାଟ ବାହାର କରିଛି । କୃତ୍ରିମ ବର୍ଷା କରାଗଲେ ପ୍ରାୟ ଥରକ ପାଇଁ ବାୟୁ ପ୍ରଦୂଷଣରୁ ମୁକ୍ତି ମିଳିବ । କ୍ଲାଉଡ ସିଡିଂ ଜରିଆରେ ଏହି କୃତ୍ରିମ ବର୍ଷା କରିବାକୁ ଯୋଜନା କରାଯାଉଛି । ଯଦି ନଭେମ୍ବର ୨୦-୨୧ ତାରିଖ ଦିଲ୍ଲୀ ଆକାଶରେ ମେଘ ଥାଏ ଏବଂ କୃତ୍ରିମ ବର୍ଷା ଅନୁମୋଦନକୁ ମଞ୍ଜୁରୀ ମିଳିଯାଏ ତେବେ ବର୍ଷା କରାଯିବ । ଆଉ ଏହା ହେବ ଦେଶରେ ପ୍ରଥମ ବୈଜ୍ଞାନିକ ପଦ୍ଧତି ଅନୁସାରେ କୃତ୍ରିମ ବର୍ଷା ।
ଦିଲ୍ଲୀରେ ହେବ କୃତ୍ରିମ ବର୍ଷା
- ପ୍ରଦୂଷିତ ବାୟୁ ଓ ଧୂଳି କଣିକାକୁୁ ସଫା କରିବା ପାଇଁ କୃତ୍ରିମ ବର୍ଷା ଉପରେ ବିଚାର
- କୃତ୍ରିମ ବର୍ଷା କରିବା ଉପରେ ଗବେଷଣା କରୁଛି ଆଇଆଇଟି କାନପୁର
- ଆବଶ୍ୟକୀୟ ପରିବେଶ ସୃଷ୍ଟି ପାଇଁ ଦୀର୍ଘ ୫ବର୍ଷ ହେଲା ଚାଲିଛି ଗବେଷଣା
- କ୍ଲାଉଡ ସିଡିଂ ଜରିଆରେ କରିହେବ କୃତ୍ରିମ ବର୍ଷା
- ଏୟାରକ୍ରାଫ୍ଟ ମାଧ୍ୟମରେ କରାଯିବ କ୍ଲାଉଡ ସିଡିଂ
- ଆକାଶରେ ସିଲଭର ଆୟୋଡାଇଡ, ଡ୍ରାଏ ଆଇସ୍ ଓ କ୍ଲୋରୋଇଡ ବୁଣି ଦିଆଯିବ
- ଏସବୁ ବାଦଲ ସଂସ୍ପର୍ଶରେ ଆସିବା ମାତ୍ରେ ବର୍ଷା ସୃଷ୍ଟିକାରୀ ବାଦଲ ବଢିଯାଏ ଏବଂ ବର୍ଷା ହୁଏ
- ଗବେଷକଙ୍କୁ କୃତ୍ରିମ ବର୍ଷା କରିବା ପାଇଁ କ୍ଲାଉଡ ସିଣ୍ଡିଂର ଅନୁମତି ମିଳିଛି
- ଏଥିପାଇଁ ଡିଜିସିଏ ଅନୁମତି ଦେଇଥିବା ସୂଚନା ମିଳିଛି
- ସରକାରୀ ଅଧିକାରୀଙ୍କ ଅନୁମତି ମଧ୍ୟ ମିଳିଥିବା ସୂଚନା