କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଦୂଷିତ ବାୟୁ ଚିନ୍ତାର ବିଷୟ ପାଲଟିଛି । ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର । ବାୟୁର ମାନକ ବଢ଼ାଇବା ପାଇଁ କେଜ୍ରିୱାଲ ସରକାର ଆଇଆଇଟି କାନପୁରର ସହ ଆଲୋଚନା ଜାରି ରଖିଛନ୍ତି । ଦୀପାବଳି ପରେ ୨୦ କିମ୍ବା ୨୧ତାରିଖରେ କୃତ୍ରିମ ବର୍ଷା କରାଇବାକୁ ଯୋଜନା କରୁଛନ୍ତି କେଜ୍ରିୱାଲ ସରକାର । ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ, ଅର୍ଥମନ୍ତ୍ରୀ ଅତିଶୀ ଓ ଆଇଆଇଟି କାନପୁରର ଏକ ଟିମ୍ ମଧ୍ୟରେ ବୈଠକ ବସିଛି । ଆଲୋଚନା ସମୟରେ ବାୟୁ ଗୁଣବତ୍ତାରେ ତୁରନ୍ତ ସୁଧାର ଆଣିବା ପାଇଁ କୃତ୍ରିମ ବର୍ଷାର ପ୍ରସ୍ତାବ ଦେଇଛନ୍ତି ଆଇଆଇଟି ଟିମ୍ ।

Advertisment

କୃତ୍ରିମ ବର୍ଷାକୁ ନେଇ ଆବଶ୍ୟକୀୟ ପରିବେଶ ସୃଷ୍ଟି କରିବା ପାଇଁ ଆଇଆଇଟି କାନପୁର ଦୀର୍ଘ ୫ବର୍ଷ ହେଲା ଗବେଷଣା ଜାରି ରଖିଛି । ଗତ ଜୁଲାଇ ମାସରେ ଏହାର ସଫଳ ପରୀକ୍ଷଣ ମଧ୍ୟ କରାଯାଇଛି । ଏବେ ଦିଲ୍ଲୀ ପ୍ରଦୂଷଣର ମୁକାବିଲା ପାଇଁ ଆଇଆଇଟି କାନପୁର ବାଟ ବାହାର କରିଛି । କୃତ୍ରିମ ବର୍ଷା କରାଗଲେ ପ୍ରାୟ ଥରକ ପାଇଁ ବାୟୁ ପ୍ରଦୂଷଣରୁ ମୁକ୍ତି ମିଳିବ । କ୍ଲାଉଡ ସିଡିଂ ଜରିଆରେ ଏହି କୃତ୍ରିମ ବର୍ଷା କରିବାକୁ ଯୋଜନା କରାଯାଉଛି । ଯଦି ନଭେମ୍ବର ୨୦-୨୧ ତାରିଖ ଦିଲ୍ଲୀ ଆକାଶରେ ମେଘ ଥାଏ ଏବଂ କୃତ୍ରିମ ବର୍ଷା ଅନୁମୋଦନକୁ ମଞ୍ଜୁରୀ ମିଳିଯାଏ ତେବେ ବର୍ଷା କରାଯିବ । ଆଉ ଏହା ହେବ ଦେଶରେ ପ୍ରଥମ ବୈଜ୍ଞାନିକ ପଦ୍ଧତି ଅନୁସାରେ କୃତ୍ରିମ ବର୍ଷା ।

ଦିଲ୍ଲୀରେ ହେବ କୃତ୍ରିମ ବର୍ଷା

  • ପ୍ରଦୂଷିତ ବାୟୁ ଓ ଧୂଳି କଣିକାକୁୁ ସଫା କରିବା ପାଇଁ କୃତ୍ରିମ ବର୍ଷା ଉପରେ ବିଚାର
  • କୃତ୍ରିମ ବର୍ଷା କରିବା ଉପରେ ଗବେଷଣା କରୁଛି ଆଇଆଇଟି କାନପୁର
  • ଆବଶ୍ୟକୀୟ ପରିବେଶ ସୃଷ୍ଟି ପାଇଁ ଦୀର୍ଘ ୫ବର୍ଷ ହେଲା ଚାଲିଛି ଗବେଷଣା
  • କ୍ଲାଉଡ ସିଡିଂ ଜରିଆରେ କରିହେବ କୃତ୍ରିମ ବର୍ଷା
  • ଏୟାରକ୍ରାଫ୍ଟ ମାଧ୍ୟମରେ କରାଯିବ କ୍ଲାଉଡ ସିଡିଂ
  • ଆକାଶରେ ସିଲଭର ଆୟୋଡାଇଡ, ଡ୍ରାଏ ଆଇସ୍ ଓ କ୍ଲୋରୋଇଡ ବୁଣି ଦିଆଯିବ
  • ଏସବୁ ବାଦଲ ସଂସ୍ପର୍ଶରେ ଆସିବା ମାତ୍ରେ ବର୍ଷା ସୃଷ୍ଟିକାରୀ ବାଦଲ ବଢିଯାଏ ଏବଂ ବର୍ଷା ହୁଏ
  • ଗବେଷକଙ୍କୁ କୃତ୍ରିମ ବର୍ଷା କରିବା ପାଇଁ କ୍ଲାଉଡ ସିଣ୍ଡିଂର ଅନୁମତି ମିଳିଛି
  • ଏଥିପାଇଁ ଡିଜିସିଏ ଅନୁମତି ଦେଇଥିବା ସୂଚନା ମିଳିଛି
  • ସରକାରୀ ଅଧିକାରୀଙ୍କ ଅନୁମତି ମଧ୍ୟ ମିଳିଥିବା ସୂଚନା