ଋଷିଗଙ୍ଗା ନଦୀର ପାଣିରେ ଉତ୍ତରାଖଣ୍ଡରେ ସୃଷ୍ଟି ହୋଇଛି କୃତ୍ରିମ ହ୍ରଦ । ଭୂତତ୍ତ୍ୱବିତ କହିଲେ, ଏବେ ବି ଟଳିନି ବିପଦ ।

204

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଫେବୃଆରୀ ୭ ତାରିଖରେ ହୋଇଥିବା ହିମସ୍ଖଳନ ପରେ ଏବେବି ଟଳିନି ବିପଦ । ଋଷିଗଙ୍ଗା ନଦୀର ପାଣି ଗତ ୭ ତାରିଖରୁ ଏବେ ଯାଏଁ ସେହି ସ୍ଥାନରେ ଜମା ହୋଇ ରହିଛି । ଫଳରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ଯାହା ତଳିଆ ଅଂଚଳ ପାଇଁ କୌଣସି ମୁହୁର୍ତରେ ବିପଦ ଆଣିପାରେ । ଉଚ୍ଚ ପାହାଡରେ ଯେଉଁ ସ୍ଥାନରେ ରୌଠିଗାଡ ନଦୀ ସହ ଋଷିଗଙ୍ଗା ନଦୀର ସଙ୍ଗମ ହୋଇଛି ସେହି ଜାଗାରେ ହିମସ୍ଖଳନ ଯୋଗୁଁ ପାଣି ଜମି ରହିଛି ।

ଉତରାଖଣ୍ଡ ଚମୋଲୀରେ ଏବେବି ଟଳିନି ବିପଦ । ପ୍ରକୃତିର କରାଳ ରୂପ ଦେଖାଇଥିବା ଋଷିଗଙ୍ଗା ନଦୀର ପାଣି ଗତ ୭ତାରିଖରୁ ଏବେ ଯାଏଁ ସେହି ସ୍ଥାନରେ ଜମା ହୋଇ ରହିଛି । ଫଳରେ ସେଠାରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ଉଚ୍ଚ ପାହାଡରେ ଯେଉଁ ସ୍ଥାନରେ ରୌଠିଗାଡ ନଦୀ ସହ ଋଷିଗଙ୍ଗା ନଦୀର ସଙ୍ଗମ ହୋଇଛି ସେହି ଜାଗାରେ ହିମସ୍ଖଳନ ଯୋଗୁଁ ପାଣି ଆଗକୁ ଆସିପାରୁନାହିଁ । ସାଟେଲାଇଟରୁ ନିଆଯାଇଥିବା ଫଟୋରେ ଏହି ହ୍ରଦ ସ୍ପଷ୍ଟ ଭାବେ ଦେଖାଯାଉଛି । ସେହିପରି ଗଡୱାଲ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ତଥା ଭୂତତ୍ତ୍ୱବିତ ନରେଶ ରାଣା ଗ୍ରାଉଣ୍ଡ ଜିରୋକୁ ଯାଇ ସୃଷ୍ଟି ହୋଇଥିବା ହ୍ରଦ ସମ୍ପର୍କରେ ସବିଶେଷ ବିବରଣୀ ଦେଇଛନ୍ତି । ଯାହା ଆଶଙ୍କା କୁ ବଢାଇ ଦେଇଛି ।

ଭୂତତ୍ତ୍ୱବିତ ନରେଶ ରାଣାଙ୍କ ରିପୋର୍ଟ ଅନୁସାରେ ଏବେବି ବିପଦ ରହିଛି । ହିମସ୍ଖଳନ ଯୋଗୁଁ ହ୍ରଦ ସୃଷ୍ଟି ହୋଇଥିବା ବେଳେ ପାଣି ଭର୍ତି ହୋଇରହିଛି । ଯାହା ଏହି ହ୍ରଦ ପୁଣି ଥରେ ଭାଙ୍ଗିଯିବାର ଆଶଙ୍କା ରହିଛି । ଏପରି ହେଲେ ଫେବ୍ରୁଆରୀ ୭ତାରିଖ ଘଟଣାର ପୁନରାବୃତ୍ତିି ହୋଇପାରେ । ଆଇଟିବିପି ମଧ୍ୟ ଏହି ସ୍ଥାନ ଗୁଡିକର ଆକାଶ ମାର୍ଗରୁ ସର୍ଭେ କରିଛି । ଏବଂ ଏଠାରେ ହ୍ରଦ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି । ସେପଟେ ଏହି ସ୍ଥିତି ଉପରେ ନଜର ରଖାଯାଇଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସୂଚନା ଦିଆଯାଇଛି । ଏହି ହ୍ରଦ ୪ଶହ ମିଟର ଲମ୍ବା ହୋଇଥିବା ବେଳେ ଏହାର ଗଭୀରତା ନେଇ ଅଧିକ ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୭ ତାରିଖରେ ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାରେ ପ୍ରକୃତର କରାଳ ରୂପ ଦେଖିବାକୁ ମିଳିଥିଲା । ପାହାଡ଼ ଉପରୁ କ୍ଷୀପ୍ର ବେଗରେ ମାଡି ଆସିଥିଲା ଜଳସ୍ରୋତ । ଏହାର ଶିକାର ହୋଇଥିଲା ଋଷିଗଙ୍ଗା ପାୱାର ପ୍ରୋଜେକ୍ଟ । ଆଖି ପିଛୁଳାକେ ପାହାଡ ଉପରୁ ମାଡି ଆସୁଥିବା ହିମସ୍ଖଳନ, ଶକ୍ତିଶାଳୀ କଂକ୍ରିଟ ଓ ଲୁହାରେ ନିର୍ମିତ ବନ୍ଧଙ୍କୁ ବି ଭସେଇ ନେଇଥିଲା । କେବଳ ଏତିକି ନୁହଁ ପାହାଡ ତଳେ ଥିବା ଗାଁ ପୁରା ଭାସି ଯାଇଛି । ଏବେ ସୁଦ୍ଧା ୩୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୬୭ଜଣ ନିଖୋଜ ଅଛନ୍ତି ।