ଓଡିଶାରେ କ୍ଷୁଧା ନିବାରଣ ପାଇଁ ସହାୟକ ହୋଇପାରିବ ଆର୍ଟିିଫିସିଆଲ ଇଂଟେଲିଜେନ୍ସ: ରାଜ୍ୟ ସରକାର ଚାହିଁଲେ ସହାୟତା କରିବାକୁ ପ୍ରସ୍ତୁତ ପ୍ରଣବ ଖୈତାନ

ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମର ସଫଳତା ପଛରେ ଅଛି ପ୍ରଣବଙ୍କ ହାତ

71

କନକ ବ୍ୟୁରୋ: ଆର୍ଟିଫିସିଆଲ ଇଂଟେଲିଜେନ୍ସ ଜରିଆରେ ଓଡିଶାରେ ହୋଇପାରିବ କ୍ଷୁଧା ନିବାରଣ । ଆର୍ଟିଫିସିଏଲ୍ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଏବେ କ୍ଷୁଧା ନିବାରଣ ଦିଗରେ ପ୍ରଯୋଗ ଆରମ୍ଭ ହୋଇଛି । ଆଉ ଏଭଳି ଏକ ପ୍ରଯୋଗ ଦିଗରେ ଜଣେ ଓଡ଼ିଆ ଯୁବ ଇଂଜିନିୟର ବିଶ୍ୱବ୍ୟାପି ଚର୍ଚ୍ଚାରେ ଅଛନ୍ତି । ସେ ହେଲେ ପ୍ରଣବ ଖୈତାନ । ଚଳିତବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ବା ବିଶ୍ୱ ଖାଦ୍ୟ ଯୋଜନାର ସଫଳତା ପଛରେ ରହିଛି ଏହି ଓଡ଼ିଆ କମ୍ପ୍ୟୁଟର ଇଂଜିନିୟରଙ୍କ ପ୍ରମୁଖ ଅବଦାନ ।

ତାଙ୍କରି ଉଦ୍ୟମରେ କ୍ଷୁଧା ନିବାରଣ ଦିଗରେ ଆର୍ଟିଫିସିଏଲ୍ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ପ୍ରଯୋଗ ହୋଇଛି । ଏନ୍ଆଇଟି ରାଉରକେଲାରେ ବି.ଟେକ୍ ପଢ଼ିବା ପରେ ସେ ଆମେରିକାର ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ଲାଭ କରିଥିଲେ । ଏବେ ସେ ଗୁଗୁଲ କମ୍ପାନୀର ଆର୍ଟିଫିସିଏଲ୍ ଇଂଟେଲିଜେନ୍ସ ବିଭାଗର ନେତୃତ୍ୱ ନେଉଛନ୍ତି । କନକ ନ୍ୟୁଜର ମନୋରଂଜନ ମିଶ୍ର ଲାଇଭ କାର୍ଯ୍ୟକ୍ରମରେ ଯୋଗଦେଇ ଖୈତାନ କହିଛନ୍ତି, ରାଜ୍ୟ ସରକାର ଚାହିଁଲେ ସେ ଏଦିଗରେ ସହାୟତା କରିବେ । ଓଡିଶାରେ କେଉଁଠି ଭୋକିଲା ଅଛନ୍ତି, ଲାଇଭ ବସି ଦେଖିପାରିବେ ସରକାର । ଏବଂ ଭୋକିଲାଙ୍କ ପାଖରେ ଆବଶ୍ୟକ ସହାୟତା ପହଂଚାଇ ଦେଇହେବ ।