କନକ ବ୍ୟୁରୋ:  ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଏକ ଆଙ୍କର୍ ପ୍ରତିଷ୍ଠାନ ଭାବରେ ପରିଚିତ ଭୁବନେଶ୍ୱରର ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି, ଢେଙ୍କାନାଳ ଏବଂ ବାଲେଶ୍ବର ଜିଲ୍ଲାରେ ଭାରତର ଜି-୨୦ ପ୍ରେସିଡେନ୍ସି ସହିତ ଅଂଶଗ୍ରହଣ ଏବଂ ମାଲିକାନା ସମ୍ବନ୍ଧୀୟ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ସବୁ ଜିଲ୍ଲାରେ ପ୍ରବନ୍ଧ, କୁଇଜ୍, ସ୍ଲୋଗାନ୍ ଲେଖା, ବର୍ଣ୍ଣନା ଏବଂ ରଙ୍ଗୋଲି ଭଳି ବିଭିନ୍ନ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଛି । ଏହି ଅଭିଯାନର ଏକ ଅଂଶ ଭାବରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୧୦ ଏପ୍ରିଲ ଦିନ “ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ” ର ଭବିଷ୍ୟତରେ ସୁଯୋଗ ଏବଂ ଆହ୍ୱାନ ଶୀର୍ଷକ ସେମିନାର ଆୟୋଜନ କରିଥିଲା। ବିଶିଷ୍ଟ ବକ୍ତା ତଥା ଇନୋଭାରେ କର୍ପୋରେସନର ସହ-ପ୍ରତିଷ୍ଠାତା ତଥା ସିଟିଓ ମୋହର ମନୋହର ମିଶ୍ର, ବାଟୋଇ ସିଷ୍ଟମର ନିର୍ଦ୍ଦେଶକ ତଥା ସିଇଓ ଅଶ୍ୱିନୀ ରଥ ଏବଂ ୟୁନିଭ.ଏ ଆଇ ର ସହ-ପ୍ରତିଷ୍ଠାତା ତଥା ସିଇଓ ଡକ୍ଟର ସିଦ୍ଧାର୍ଥ ଦାସ ଭବିଷ୍ୟତରେ ମଣିଷଜାତିର ବିକାଶ ଦିଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗିତା ଉପରେ ବକ୍ତୃତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଏବଂ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଆଇଟିଆଇ ଏବଂ ପଲିଟେକ୍ନିକ୍ସର ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସି ଭି ରମଣ ଗ୍ଲୋବାଲ ୟୁନିଭରସିଟିର କୁଳପତି ପ୍ରଫେସର ସୁଧୀନ୍ଦ୍ର ନାଥ ପଣ୍ଡା ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ର ଯେପରିକି ଦକ୍ଷତା କ୍ଷେତ୍ର, ଷ୍ଟାର୍ଟ ଅପ୍, ଏ ଆଇ, ବିଭିନ୍ନ କଲେଜ ଛାତ୍ର ଛାତ୍ରୀ ତଥା ଇଣ୍ଡଷ୍ଟ୍ରି ସମୂହରୁ ୨୫୦ ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

Advertisment