ଆଜିର ବିଜ୍ଞାନ ଯୁଗରେ ଅସମ୍ଭବ ବୋଲି କିଛି ନାହିଁ । କାଲି ସମ୍ଭବ ହୋଇନପାରିବା ଭଳି ଲାଗୁଥିବା ଜିନିଷଟି ଆଜି ବଜାରରେ କିଛି ଟଙ୍କା ଦେଲେ ଘରେ ଆସି ପହଁଚୁଛି । ଏଭଳି ଅସମ୍ଭବ ପରି ଲାଗୁଥିବା କାମ କରି ଚର୍ଚ୍ଚାରେ ବୈଜ୍ଞାନିକ । ଲାବରୋଟରୀରେ କୃତ୍ରିମ ରକ୍ତ ପ୍ରସ୍ତୁତ କରିଛନ୍ତି ବୈଜ୍ଞାନିକ । ଏହି ରକ୍ତ ମଣିଷକୁ ଦିଆଯାଇପାରିବ ବୋଲି ମଧ୍ୟ ସବୁଜ ସଂକେତ ଦିଆଯାଇଛି । ସୂତ୍ର ଅନୁସାରେ , ଯେକୌଣସି ରକ୍ତ ନମୂନାର ବ୍ୟକ୍ତିଙ୍କୁ ଏହି କୃତ୍ରିମ ରକ୍ତ ଦିଆଯାଇପାରିବ । ଜାପାନର ଟୋକୋରୋଜାୱା ସ୍ଥିତ ନ୍ୟାସନାଲ୍ ଡିଫେନ୍ସ ମେଡିକାଲ୍ କଲେଜରେ ଏହି ରକ୍ତକୁ ପ୍ରସ୍ତୁତ କରାଯାଇଛି । ଯାହାକୁ ଏକ ବର୍ଷ ପାଇଁ ସାମାନ୍ୟ ତାପମାନରେ ରଖାଯାଇପାରିବ ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ , ଜାପାନ ବୈଜ୍ଞାନିକମାନେ ଏଭଳି ଏକ କୃତ୍ରିମ ରକ୍ତ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ରକ୍ତ ସେଲ୍ସ , ଅମ୍ଲଜାନ , ପ୍ଲେଟଲେଟ୍ ମଧ୍ୟ ରହିଛି । ପରୀକ୍ଷା ସମୟରେ , ଏହି ରକ୍ତକୁ ୧୦ ଜଣ ଠେକୁଆଙ୍କ ଉପରେ ପ୍ରୟୋଗ କରାଗଲା ଯେଉଁଥିରୁ ୬ ଜଣ ବଂଚିଗଲେ । ବୈଜ୍ଞାନିକଙ୍କ କହିବାନୁସାରେ , ରକ୍ତ ଅଭାବରେ ପୀଡିତ ଥିବା ଏହି ୧୦ ଜଣ ଠେକୁଆଙ୍କୁ ଯଦି ଅସଲି ରକ୍ତ ଚଢାଯାଇଥାନ୍ତା ସେତେବେଳେ ବି ତାଙ୍କ ଅବସ୍ଥା ଏଭଳି ହୋଇଥାନ୍ତା । ଆଘାତ ପାଇବା ପରେ ରକ୍ତ ଅଭାବରୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ ଏହି କୃତ୍ରିମ ରକ୍ତ ଖୁବ୍ ଲାଭଦାୟକ ହୋଇପାରିବ । ଜାପାନ ବୈଜ୍ଞାନିକମାନେ ଏହି ପରୀକ୍ଷଣକୁ “ଟ୍ରାନ୍ସଫ୍ୟୁଜନ୍” ନାମକ ଜର୍ଣ୍ଣାଲ୍ ରେ ପ୍ରକାଶ କରିଛନ୍ତି । ୨୦୧୨ ମସିହାରୁ ପ୍ରସ୍ତୁତ କରାଯାଇଥିବା ଏହି କୃତ୍ରିମ ରକ୍ତକୁ ଏବେ ସଫଳତା ମିଳିଛି ।
Follow Us
/kanak/media/post_attachments/wp-content/uploads/2019/10/blood-7-26-18-300x169.jpg)