ଡିସେମ୍ବର ୧୧ରେ ଆସିବ ଧାରା ୩୭୦ର ରାୟ । ସେପ୍ଟେମ୍ବର ୫ରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । 

263

କନକ ବ୍ୟୁରୋ: ଡିସେମ୍ବର ୧୧ରେ ଆସିବ ଧାରା ୩୭୦ ରାୟ । ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଉଭୟ ପକ୍ଷର ୧୬ ଦିନର ଶୁଣାଣି ପରେ ସେପ୍େଟମ୍ବର ୫ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ଜମ୍ମୁ-କଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରୁଛନ୍ତି କି ନାହିଁ ସେ ନେଇ ମୁଖ୍ୟ ଆବେଦନକାରୀ ମହମ୍ମଦ ଆକବର ଲୋନ୍ଙ୍କୁ ସତ୍ୟପାଠ ମାଗିଛନ୍ତି କୋର୍ଟ ।

ସୂଚନା ଅନୁସାରେ, ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରୁଥିବା ଧାରା ୩୭୦ ଓ ୩୫-ଏ ଉଚ୍ଛେଦ କରିଥିଲେ । ସରକାରଙ୍କ ଏହି ନିଷ୍ପତ୍ତିିକୁ ଚ୍ୟାଲେଞ୍ଜ କରିଥିଲେ ଆବେଦନକାରୀ । ଧାରା ୩୭୦ ଓ ଧାରା ୩୫-ଏ ଭାରତୀୟ ସମ୍ବିଧାନ ଅନୁୟାୟୀ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଥିଲା । ଆବେଦନକାରୀଙ୍କ ମଧ୍ୟରେ ନ୍ୟାସନାଲ କନଫରେନ୍ସ ଓ ପିଡିପିର ନେତା ମଧ୍ୟ ସାମିଲ ଥିଲେ ।