ଜମ୍ମୁ –କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଘାଟିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏଥିମଧ୍ୟରେ ବର୍ତ୍ତମାନ ଏକ ରେଷ୍ଟୁରାଣ୍ଟ୍ ରେ ମିଳୁଥିବା ଖାଦ୍ୟ ଖୁବ୍ ଚର୍ଚ୍ଚାରେ ରହିଛି । ଦିଲ୍ଲୀର କନାଟ୍ ପାଲେସ୍ ରେଷ୍ଟୁରାଣ୍ଟ୍ ରେ ଗ୍ରାହକଙ୍କ ପାଇଁ ଖାସ୍ ଅଫର୍ ରହିଛି । ଧାରା ୩୭୦ ହଟିବା ପରେ ଏହି ରେଷ୍ଟୁରାଣ୍ଟ୍ ରେ ଏବେ ୩୭୦ ଥାଳି ବିକ୍ରି ହେଉଛି । ଯାହାର ଚାହିଦା ମଧ୍ୟ ଖୁବ୍ ବଢୁଛି । କାଶ୍ମୀର ବ୍ୟଞ୍ଜନରେ ସଜ୍ଜିତ ହୋଇଥିବା ଏହି ଥାଳିରେ କାଶ୍ମୀରିମାନଙ୍କ ପାଇଁ ସ୍ପେଶାଲ୍ ଅଫର୍ ମଧ୍ୟ ରହିଛି । କନାଟ୍ ପାଲେସ୍ ସ୍ଥିତ ରେଷ୍ଟୁରାଣ୍ଟ୍ ରେ ଜମ୍ମୁ-କାଶ୍ମୀର ଲୋକଙ୍କ ପାଇଁ ୩୭୦ ଟଙ୍କାର ଅଫର ମଧ୍ୟ ରହିଛି । ଏଥିପାଇଁ ସରକାରୀ ପରିଚୟ ଦେଖାଇ ଜମ୍ମୁ-କାଶ୍ମୀର ଲୋକ ୩୭୦ ଟଙ୍କା ଛାଡରେ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ଥାଳି-୩୭୦ ଖାଇପାରିବେ । ଏହି ଥାଳିରେ ଆପଣଙ୍କୁ ବିଭିନ୍ନ ରାଜ୍ୟର ସୁଆଦିଆ ଖାଦ୍ୟ ଖାଇବାକୁ ମିଳିବ ।
ଉଭୟ ଆମିଶ ଏବଂ ନିରାମିଶରେ ପରଶା ଯାଉଛି ଏହି ଖାସ୍ ଥାଳି : ଏହି ରେଷ୍ଟୁରାଣ୍ଟର ନିରାମିଶ ଥାଳି ୨୩୭୦ ଟଙ୍କା ଥିବାବେଳେ ଆମିଶ ଥାଳିର ଦାମ୍ ୨୬୬୯ ଟଙ୍କା ରହିଛି । ଯେଉଁଥିରେ ଅତିରିକ୍ତ ଟ୍ୟାକ୍ସ ରହିଛି । ଯେଉଁଥିରେ ଭେଜ୍ ମେନ୍ୟୁରେ କାଶ୍ମୀର ପଲାଉ , ଖମିର ରୁଟି , ନଦରୁର ଶାମି , ଦମ୍ ଆଳୁ ଏବଂ କହବା ରହିଛି । ନନଭେଜ୍ ରେ କାଶ୍ମୀର ପଲାଉ , ଖମିର ରୁଟି , ନଦରୁର ଶାମି , ରୋଗନ୍ ଜୋଶ୍ ଏବଂ କହବା ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/370.jpg)
/kanak/media/post_attachments/wp-content/uploads/2019/09/Untitled-design-14-300x200.png)