35A – ଅଣ କାଶ୍ମୀରବାସୀଙ୍କ ଅଧିକାର କ୍ଷୁର୍ଣ କରୁଛି

ଧାରା 370 ଉଚ୍ଛେଦ୍ଦ ଶୁଣାଣି ସମୟରେ କହିଲେ ମୁଖ୍ୟବିଚାରପତି

88

5 ଅଗଷ୍ଟ 2019 ରେ କେନ୍ଦ୍ର ସରକାର ଧାରା 370କୁ ଉଚ୍ଛେଦ୍ଦ କରିଦେଲେ ଯାହା ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିଲା ।  ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା 23 ଟି ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି।

ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ୍ଦ ହେବା ବିରୋଧରେ ଦାଖଲ ହୋଇଥିବା ଆବେଦନଗୁଡିକ ଆଜି ଅର୍ଥାତ୍ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅଗଷ୍ଟ 28 ରେ ହୋଇଥିବା ଶୁଣାଣିରେ କୋର୍ଟ ଧାରା 35A କୁ ନାଗରିକଙ୍କ ଅଧିକାରକୁ ଉଲ୍ଲଂଘନ କରୁଥିବା ଏକ ଆର୍ଟିକିଲ ବୋଲି ବର୍ଣ୍ଣନା କରିଛନ୍ତି।

ସୁପ୍ରିମକୋର୍ଟର ମୁଖ୍ୟବିଚାରପତି  ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସମ୍ବିଧାନର ଧାରା 35A ଅନୁଯାୟୀ ଜାମ୍ମୁ କାଶ୍ମୀରବାସୀଙ୍କୁ ବିଶେଷ ଅଧିକାର ଦିଆଯାଇଛି। କିନ୍ତୁ ଏହି ଆର୍ଟିକିଲ ଯୋଗୁଁ ଦେଶର ଲୋକଙ୍କ ତିନୋଟି ମୌଳିକ ଅଧିକାର ଛଡ଼ାଇ ନିଆଯାଇଛି। ଏହି ଆର୍ଟିକିଲ ଯୋଗୁଁ  ଅନ୍ୟ ରାଜ୍ୟର ଲୋକମାନେ ଜମ୍ମୁ କାଶ୍ମୀରରେ ଚାକିରି କରିବା, ଜମି କିଣିବା ଏବଂ କାଶ୍ମୀରରେ ବସବାସ କରିବାର ଅଧିକାର କ୍ଷୁର୍ଣ କରାଯାଇଥିଲା ।

ପୁଲୱାମା ଆକ୍ରମଣ ପରେ ସରକାର ଧାରା 370 ହଟାଇବାକୁ ଚିନ୍ତା କରିଛନ୍ତି

କେନ୍ଦ୍ର ସରକାର ପକ୍ଷରୁ ସୋମବାର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା  କହିଛନ୍ତି ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଫେବୃଆରୀ 2019 ରେ ହୋଇଥିଲା । ଯେଉଁଥିରେ 40 ଜଣ ସୈନିକ ସହିଦ ହୋଇଥିଲେ। ଏହି ଆକ୍ରମଣ ପରେ ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ସ୍ଥିତିକୁ ସମାପ୍ତ କରିବା ଏବଂ ଏହାକୁ ସଂପୂର୍ଣ୍ଣ ରୂପେ ଭାରତ ସହିତ ମିଶ୍ରଣ କରିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରିଥିଲେ । ତୁଷାର ମେହେଟ୍ଟା କହିଛନ୍ତି ଯେ ଧାରା 370 ଲାଗୁ ହେତୁ ଜାମ୍ମୁ କାଶ୍ମୀରରେ କେନ୍ଦ୍ରର ଅନେକ ନିୟମ କାର୍ଯ୍ୟକାରୀ ହୋଇପାରୁନଥିଲା ।  ଦେଶର ସମ୍ବିଧାନରେ ଶିକ୍ଷା ଅଧିକାର ଯୋଗ କରାଯାଇଥିଲା କିନ୍ତୁ ଧାରା 370 ହେତୁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଧାରା 370 ଅପସାରଣ ପରେ ଜାମ୍ମୁ କାଶ୍ମୀରର ଲୋକଙ୍କୁ ଅନ୍ୟ ରାଜ୍ୟ ପରି ସମାନ ସ୍ଥିତିକୁ ଅଣାଯାଇଥିଲା । ସେ କହିଛନ୍ତି ଯେ ବର୍ତ୍ତମାନ ସେଠାରେ କେନ୍ଦ୍ରର ଆଇନ କାର୍ଯ୍ୟକାରୀ ହେଉଛି । ବ୍ୟବସାୟୀମାନେ ସେଠାରେ ବିନିଯୋଗ କରିବାକୁ ଚାହୁଁଛନ୍ତି । ପର୍ଯ୍ୟଟନ ମଧ୍ୟ ବୃଦ୍ଧି ପାଉଛି ।  ଏହାପୂର୍ବରୁ ସେଠାରେ ହାଇକୋର୍ଟର ବିଚାରପତିମାନେ ରାଜ୍ୟ ସମ୍ବିଧାନର ଶପଥ ଗ୍ରହଣ କରୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ଉପରେ ଦେଶର ସମ୍ବିଧାନ କାର୍ଯ୍ୟକାରୀ କରିବାର ଦାୟିତ୍ବ ରହିଛି।

ଧାରା 370 ଉଚ୍ଛେଦ୍ଦ ଉପରେ କିଏ କଣ ମନ୍ତବ୍ୟ ଦେଇଛନ୍ତି

ଧାରା 370ରେ ସଂଶୋଧନ ତ କରିପାରିବେ ନାହିଁ । ଉଚ୍ଛେଦ୍ଦ କଥା ଭୁଲିଯାଆନ୍ତୁ

–    କପିଲ ଶିବଲ , ଓକିଲ , କଂଗ୍ରେସ ପ୍ରବକ୍ତା

ଧାରା 370ରେ ଏପରି ଅନୁଛେଦ୍ଦ ରହିଛି ଯେ ଏହାକୁ ରଦ୍ଦ କରିହେବ

–    ଡି ୱାଇ ଚନ୍ଦ୍ରଚୂଡ଼, ସୁପ୍ରିମକୋର୍ଟର ମୁଖ୍ୟବିଚାରପତି