ଧାରା ୩୭୦ ଏବଂ ୩୫ ଏ ହଟିବା ପରେ ଜମ୍ମୁ-କାଶ୍ମୀରରେ ଖାସ୍ କରି ଘାଟିରେ ଏବେ ବି ଅଶାନ୍ତ ବାତାବରଣ ରହିଛି । ମୋଦି ସରକାରଙ୍କ ଐତିହାସିକ ଘୋଷଣା ପରେ ଏବେ ବି ସେଠାରେ ୧୪୪ ଧାରା ଲାଗୁରହିଛି । ଗୁରୁବାର ଜମ୍ମୁ-କାଶ୍ମୀର ମୁଖ୍ୟ ସଚିବ ସରକାରୀ କର୍ମଚାରୀଙ୍କୁ ତୁରନ୍ତ କର୍ମକ୍ଷେତ୍ରକୁ ଆସିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ସାମ୍ବା ଜିଲ୍ଲାର କିଛି ସ୍କୁଲ୍ ମଧ୍ୟ ଶୁକ୍ରବାର ଠାରୁ ଖୋଲିବାକୁ ଯାଉଛି । ତେବେ ଅନ୍ୟ ସବୁ ଅଞ୍ଚଳରେ ବକରିଦ୍ ପରେ ହିଁ ସ୍କୁଲ-କଲେଜ୍ ଖୋଲିବାର ଆଶା କରାଯାଉଛି । ଗୁରୁବାର ଜମ୍ମୁ-କାଶ୍ମୀର ମୁଖ୍ୟ ସଚିବ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟକୁ ଆସିବା ଏବଂ ଡ୍ୟୁଟିରେ ଆସୁଥିବା ସବୁ କର୍ମଚାରୀଙ୍କ ସୁରକ୍ଷା ଏବଂ କାର୍ଯ୍ୟକୁ ଶାନ୍ତିପୂର୍ଣ୍ଣ ଭାବେ ସୁନିଶ୍ଚିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ ସବୁ ସ୍କୁଲ ଏବଂ କଲେଜ୍ ଆଜି ଠାରୁ ଖୋଲାରହିବ । ସବୁ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଅଗଷ୍ଟ ୯ ତାରିଖରୁ ଖୋଲାହେବ ଏବଂ ପୂର୍ବଭଳି କାମ ମଧ୍ୟ ଜୋରଦାର୍ ଚାଲିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/schools-open3.jpg)
/kanak/media/post_attachments/wp-content/uploads/2019/08/ws-300x166.jpg)