କରୋନା କଟକଣା: ପୁରା ଝାଡଖଣ୍ଡରେ ୧୪୪ ଧାରା ଲାଗୁକଲା ପ୍ରଶାସନ । ଶିକ୍ଷାନୁଷ୍ଠାନ ବନ୍ଦ

135

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରା ଝାଡଖଣ୍ଡରେ ୧୪୪ ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଏହା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ଏଭଳି ଏସଓପି ଜାରି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି କରୋନା ସଂକ୍ରମଣକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ଆଦେଶକୁ ରାଜ୍ୟର ସମସ୍ତେ ମାନିବାକୁ ସେ ଅନୁରୋଧ କରିଛନ୍ତି ।

ଜାରି ହୋଇଥିବା ଏସଓପି ମୁତାବକ । ଏପ୍ରିଲ ୩୦ ଯାଏ ରାଜ୍ୟର  ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ । ସର୍ବସାଧାରଣ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ । ରାତି ୮ ପରେ ସମସ୍ତ ଦୋକାନ ଓ କାର୍ଯ୍ୟାଳୟ ବନ୍ଦ କରିବାକୁ ହେବ । ଜିମ୍ ଓ କ୍ଲବ ସମ୍ପୂର୍ଣ୍ଣ ବନ୍ଦ ରହିବ । ପାର୍କ  ଓ ସ୍ୱିମିଂ ପୋଲ୍ ବି ବନ୍ଦ ରହିବ । ବାହାଘର ବ୍ୟତୀତ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ଉପରେ ନିଷିଦ୍ଧାଦେଶ ଜାରି । ବାହାଘରରେ ସର୍ବାଧିକ ୨୦୦ ଲୋକ ସାମିଲ ହେବେ । ଏହାସହ ଅନ୍ତିମ ସଂସ୍କାର ମାମଲାରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ । ହୋଟେଲ ଓ ରେଷ୍ଟୁରାଣ୍ଟ ମାନେ ସେମାନଙ୍କ କ୍ଷମତାର କେବଳ ୫୦ ପ୍ରତିଶତ ଲୋକଙ୍କୂୁ ନେଇ କାମ କରିବା ସହ ୫୦ ପ୍ରତିଶତ ଲୋକଙ୍କ ସେବା ଯୋଗାଇବେ । ଧାର୍ମିକ ସ୍ଥଳକୁ କେବଳ ୫୦ ପ୍ରତିଶତ ଶ୍ରଦ୍ଧାଳୁ ଯାଇପାରିବେ ।