ଉତ୍କର୍ଷ ‘ଆର୍ଟ ଫର ଅଟିଜିମ୍ ଚିତ୍ରକଳା’ ପ୍ରଦର୍ଶନୀ । ଭୁବନେଶ୍ୱରର ଲଳିତକଳା ଏକାଡେମୀରେ ୩ ଦିନ ଧରି ଚାଲିବ ପ୍ରଦର୍ଶନୀ ।

65

କନକ ବ୍ୟୁରୋ: ଉଦଘାଟିତ ହୋଇଯାଇଛି ଆର୍ଟ ଫର ଅଟିଜିମ୍ ଚିତ୍ରକଳା ପ୍ରଦର୍ଶନୀ । ‘ଜୈନ ଫାଉଣ୍ଡେସନ’ ଓ ‘ଆଇଏମ ଦ ବେଷ୍ଟ ମମ’ର ମିଳିତ ସହଯୋଗରେ ଭୁବନେଶ୍ୱରର ଲଳିତକଳା ଏକାଡେମୀରେ ଆୟୋଜିତ ହୋଇଯାଇଛି ଏହି ଚିତ୍ରକଳା ପ୍ରଦର୍ଶନୀ । ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ୧୮ ତାରିଖରେ ସରିବ । ଏଥିରେ କିଛି ଆର୍ଟିଷ୍ଟିକ ବ୍ୟକ୍ତିବିଶେଷଙ୍କ ଚିତ୍ର ପ୍ରଦର୍ଶିତ ହୋଇଥିବା ବେଳେ ଅନେକ ସ୍ୱେଚ୍ଛାସେବୀ ଯୋଗଦେଇ ନିଜ ଚିତ୍ର ପ୍ରଦର୍ଶନ କରିଛନ୍ତି ।

ଦେଶ ଓ ଦେଶ ବାହାରୁ ଚିତ୍ରକର ଯୋଗଦେଇଛନ୍ତି । ବିକ୍ରି ହୋଇଥିବା ଚିତ୍ରର ୬୦ ଭାଗ ଚିତ୍ରକରଙ୍କୁ ଏବଂ ୪୦ ପ୍ରତିଶତ ଜେଇନ ଫାଉଣ୍ଡେସନ ଆକାଉଂଟକୁ ଯିବ । ଉଦଘାଟନୀ ଉତ୍ସବରେ ବିଶିଷ୍ଟ ଚିତ୍ରକର ଯତୀନ ଦାସଙ୍କ ସମେତ ଅଭିନେତ୍ରୀ ନନ୍ଦିତା ଦାସ ଓ ବିଭିନ୍ନ ସ୍ୱେଛାସେବୀ ସଂଗଠନର ସଦସ୍ୟ ଯୋଗଦେଇଥିଲେ । ଏହାସହ ଆଇଏମ ଦ ବେଷ୍ଟ ମମ୍ ୱେବସାଇଟ ମଧ୍ୟ ଉପଲବ୍ଧ ହୋଇଛି ।