କୁକୁର ଦେହରେ ତୀର । ଚିକିତ୍ସା ପାଇଁ ହାତ ଟେକି ଦେଲା ପଶୁ ଚିକିତ୍ସାଳୟ

127

କନକ ବ୍ୟୁରୋ : କୁକୁର ଦେହରେ ତୀର । ଚିକିତ୍ସା ପାଇଁ ହାତ ଟେକି ଦେଲା ପଶୁ ଚିକିତ୍ସାଳୟ । ମାଲକାନଗିରି ପ୍ରଧାନୀଗୁଡା ଅଞ୍ଚଳରେ ଗତ ତିନ ଦିନ ଧରି କୁକୁରଟି ଦେହରେ ତୀରଟି ପଶି ରହିଥିବ ବେଳେ ସେ ଛଟପଟ ହେଉଛି । କିଛି ବଦାନ୍ୟ ବ୍ୟକ୍ତି କୁକୁରଟିକୁ ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ପ୍ରାଣୀ ଚିକିତ୍ସାଳୟକୁ ଆଣିଛନ୍ତି ।

ତେବେ ପଶୁ ଚିକିତ୍ସାଳୟରେ କୁକୁରଟିକୁ ଚିକିତ୍ସା ନକରି ପ୍ରଥମେ ଫେରାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ପଶୁ ଚିକିତ୍ସାଳୟରେ ଅସ୍ତ୍ରପୋଚାର କରିବାକୁ ଆବଶ୍ୟକ ଡାକ୍ତର ନାହାନ୍ତି । ଅପରେଶନ ଥିଅଟର ନାହିଁ କି ଆବଶ୍ୟକୀୟ ଭିତିଭୁମି ନାହିଁ କହି ଅସହୟତା ପ୍ରକାଶ କରିଛନ୍ତି ପଶୁ ଚିକିତ୍ସା ବିଭାଗରେ ଉପ-ନିର୍ଦେଶକ । ଏ ଖବର ପାଇଁ ପଶୁ ଚିକିତ୍ସାଳୟରେ ଗଣମାଧ୍ୟମ ପ୍ରତିନିଧି ପହଁଚିଥିଲେ । ପ୍ରାୟ ୩ ଘଣ୍ଟା କାଳ ଅପେକ୍ଷା କରିବା ପରେ କୁକୁରଟିର ପ୍ରାଥମିକ ଚିକିତ୍ସା ଆରମ୍ଭ ହୋଇଛି । ତେବେ ଜିଲ୍ଲା ସଦର ମହକୁମାରେ ପ୍ରାଣୀମାନଙ୍କ ଚିକିତ୍ସା କ୍ଷେତ୍ରରେ ଏଭଳି ଅବ୍ୟବସ୍ଥା ଚିନ୍ତାଜନକ ।