ଅନୁଷ୍କା ଶର୍ମା ଗର୍ଭବତୀ ହୋଇଥିବା ନେଇ ଟୁଇଟ କରି ଖୁସି ଖବର ଦେଲେ ବିରାଟ । ଆସନ୍ତା ଜାନୁୟାରୀରେ ନୂଆ ଅତିଥୀଙ୍କୁ ସ୍ୱାଗତ କରିବେ ପରିବାର ।

2,028

କନକ ବ୍ୟୁରୋ : ବାପା ହେବେ ବିରାଟ । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜ ଫେସବୁକ ଏବଂ ଟ୍ୱିଟର ପେଜରେ ପତ୍ନୀ ଅନୁଷ୍କାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ କ୍ୟାପସନରେ ସେ ଲେଖିଛନ୍ତି ଜାନୁଆରୀ ୨୦୨୧ ବେଳକୁ ସେମାନେ ପିତାମାତା ହେବାକୁ ଯାଉଛନ୍ତି । ଏହି ଫଟୋରେ ଉଭୟ ଅତ୍ୟନ୍ତ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି ।

ତେବେ ଇଟାଲୀର ମିଲାନ ସହରରେ ଗତ ୨୦୧୭ ଡିସେମ୍ବର ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, ଭାରତୀୟ କ୍ରିକେଟ ଟିମର କ୍ୟାପଟେନ୍ ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା । ତେବେ ୨୦୧୩ରେ ଏକ ସାମ୍ପୁର ବିଜ୍ଞାପନ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଆଉ ଏହାର ଏକ ବର୍ଷ ପରେ ଦୁହିଁଙ୍କ ପ୍ରେମ ସମ୍ପର୍କ ବାବଦରେ ସମସ୍ତେ ଜାଣିବାକୁ ପାଇଥିଲେ ।

ଏପରିକି ବିଭିନ୍ନ ମ୍ୟାଚ୍ ସମୟରେ ମଧ୍ୟ ବିରାଟଙ୍କୁ ଚିୟର କରିବା ପାଇଁ ଅନୁଷ୍କା ଷ୍ଟାଡିୟମରେ ଉପସ୍ଥିତ ରହୁଥିବା ଦେଖିବାକୁ ମିଳେ । ତେବେ ଆସନ୍ତା ସେପ୍ଟେମ୍ବର ମାସରୁ ଆଇପିଏଲ ଆରମ୍ଭ ହେବାକୁ ଯାଉଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ନେତୃତ୍ୱ ନେବେ ବିରାଟ କୋହଲି ।