ପ୍ରଥମେ ପୁସ୍ତକ ଏବେ ଟ୍ୱିଟ୍ କରି ଫସିଲେ କଂଗ୍ରେସ ବରିଷ୍ଠ ନେତା ଶଶି ଥରୁର୍ : ଜାରି ହେଲା ଗିରଫ ପରୱାନା ।

308

ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍ ଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା । କେରଳର ଥିରୁବନନ୍ତପୁରମର ଏକ କୋର୍ଟ ତାଙ୍କ ବିରୋଧରେ ଏହି ଗିରଫ ପରୱାନା ଜାରି କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଛି । ତାଙ୍କ ପୁସ୍ତକରେ ଶଶୀ ଥରୁର୍ ହିନ୍ଦୁ ମହିଳାଙ୍କ ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗରେ ମାମଲା ହୋଇଥିଲା । ସେପଟେ ଭାରତର ବିବାଦୀୟ ନକ୍ସା ସେୟାର କରି ବିବାଦୀୟ ହୋଇ ପଡିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ଟୁଇଟରରେ ବିବାଦୀୟ ନକ୍ସା ସେୟାର କରିବା ପରେ ଜୋରଦାର ଟ୍ରୋଲ ହୋଇଛନ୍ତି ଥରୁର୍ । ସେ ଯେଉଁ ନକ୍ସା ସେୟାର କରିଛନ୍ତି,ସେଥିରେ କାଶ୍ମୀର ପକ୍ ର କିଛି ଅଂଶ ଦେଖାଯାଉନାହିଁ । ଆଉ ଏହି ନକ୍ସା ସହ ସେ ଭାରତ ବଚାଓ ରାଲି କଥା ବି ଉଠାଇଥିଲେ ।

 

କେରଳ କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନକୁ ନେଇ ଥରୁର୍ ଏକ ଟୁଇଟ କରିଥିଲେ ଯେଉଁଥିରେ ପାକ୍ ଅଧିକୃତ କାଶ୍ମୀର ଓ ଅକସାଇ ଚୀନକୁ ଭାରତର ଅଂଶ ଭାବେ ଦେଖାଯାଇନାହିଁ । ତେବେ ଟ୍ରୋଲର ଶିକାର ହେବା ପରେ ଥରୁର ଏହି ବିବାଦୀୟ ନକ୍ସାକୁ ନିଜ ଟୁଇଟର ପେଜରୁ ହଟାଇଦେଇଛନ୍ତି । ଏହାସହ ଆଉ ଏକ ଟୁଇଟ କରି ସେ ସଫେଇ ମଧ୍ୟ ରଖିଛନ୍ତି । ସେ କହିଛନ୍ତି ମୁଁ ନକ୍ସା ଜରିଆରେ କୌଣସି କ୍ଷେତ୍ରକୁ ନୁହେଁ ବରଂ ଭାରତର ଲୋକଙ୍କୁ ଦେଖାଇବାକୁ ଚାହୁଁଥିଲି ।