ଜଙ୍ଗଲରେ ନିଆଁ ଲଗାଇଲେ ହେବେ ଗିରଫ । କଡ଼ା ନିର୍ଦ୍ଦେଶ ଜାରି କଲେ ସମ୍ବଲପୁର ଡିଏଫଓ

86
କନକ ବ୍ୟୁରୋ : ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ ସମ୍ପୃକ୍ତ ବ୍ୟକ୍ତି  । ଏନେଇ କଡ଼ା ନିର୍ଦ୍ଦେଶ ଜାରି କଲେ ସମ୍ବଲପୁର ଡିଏଫଓ  । ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ବନବିଭାଗର ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ଡିଏଫଓ  ।
ରାଜ୍ୟର ଅନେକ ଜିଲ୍ଲାର ଜଙ୍ଗଲ ମାନଙ୍କରେ ନିଆଁ ଅଣ ଆୟତ ହେବାକୁ ଲାଗିଛି । ଧିରେ ଧିରେ ତ୍ରୀବ୍ର ହେବାରେ ଲାଗିଛି ଜଙ୍ଗଲ ନିଆଁ । ଯାହାକୁ ପ୍ରଶାସନର ନିଦ ହଜାଇଦେଇଛି । ତେବେ ଏହି ଜଙ୍ଗଲ ନିଆଁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସମ୍ବଲପୁର ଡିଏଫଓ । ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ନିଆଁ ଉପରେ ସର୍ତକ ଦୃଷ୍ଟି ରଖିବା ପାଇଁ ପ୍ରତି ରେଂଜରଙ୍କ ଅଧୀନରେ ରହିବେ ୧୫ଜଣ ଲେଖାଏଁ ଅସ୍ଥାୟୀ କର୍ମଚାରୀ  । ଏନେଇ ବନବିଭାଗ ସମସ୍ତ ସ୍କ୍ୱାଡ୍ଙ୍କୁ ଆଲର୍ଟ କରାଇଲେ ଡିଏଫଓ । ଏପରିକି ଜଙ୍ଗଲ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଠିକଣା ଲେଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି ଡିଏଫଓ ।

Comments are closed.