କନକ ବ୍ୟୁରୋ : ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ ସମ୍ପୃକ୍ତ ବ୍ୟକ୍ତି । ଏନେଇ କଡ଼ା ନିର୍ଦ୍ଦେଶ ଜାରି କଲେ ସମ୍ବଲପୁର ଡିଏଫଓ । ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ବନବିଭାଗର ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ଡିଏଫଓ ।
ରାଜ୍ୟର ଅନେକ ଜିଲ୍ଲାର ଜଙ୍ଗଲ ମାନଙ୍କରେ ନିଆଁ ଅଣ ଆୟତ ହେବାକୁ ଲାଗିଛି । ଧିରେ ଧିରେ ତ୍ରୀବ୍ର ହେବାରେ ଲାଗିଛି ଜଙ୍ଗଲ ନିଆଁ । ଯାହାକୁ ପ୍ରଶାସନର ନିଦ ହଜାଇଦେଇଛି । ତେବେ ଏହି ଜଙ୍ଗଲ ନିଆଁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସମ୍ବଲପୁର ଡିଏଫଓ । ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ନିଆଁ ଉପରେ ସର୍ତକ ଦୃଷ୍ଟି ରଖିବା ପାଇଁ ପ୍ରତି ରେଂଜରଙ୍କ ଅଧୀନରେ ରହିବେ ୧୫ଜଣ ଲେଖାଏଁ ଅସ୍ଥାୟୀ କର୍ମଚାରୀ । ଏନେଇ ବନବିଭାଗ ସମସ୍ତ ସ୍କ୍ୱାଡ୍ଙ୍କୁ ଆଲର୍ଟ କରାଇଲେ ଡିଏଫଓ । ଏପରିକି ଜଙ୍ଗଲ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଠିକଣା ଲେଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି ଡିଏଫଓ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/EvnjCxrVIAIc3sK.jpg)