ପୁଣି ସାମ୍ନାକୁ ଆସିଲା ପାକିସ୍ତାନର ଆତଙ୍କୀ ଷଡ଼ଯନ୍ତ୍ର : ୬ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍

ପାକିସ୍ତାନରେ ପ୍ରଶିକ୍ଷଣ ନେଇଥିଲେ ୨ ଆତଙ୍କୀ; ଦେଶର ବିଭିନ୍ନ ଜାଗାରେ ବିସ୍ଫୋରଣ କରିବାକୁ ଥିଲା ଯୋଜନା

130

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ପାକିସ୍ତାନର ଆତଙ୍କୀ ଷଡ଼ଯନ୍ତ୍ର । ୬ ଜଣଙ୍କୁ ଗିରଫ କରିବା ପରେ ଷଡଯନ୍ତ୍ର ପଦାକୁ ଆସିଛି । ଏମାନଙ୍କ ମଧ୍ୟରେ ୨ ଜଣ ପାକିସ୍ତାନ ପ୍ରଶିକ୍ଷିତ ଆତଙ୍କବାଦୀ ରହିଛନ୍ତି । ଏନେଇ ଦିଲ୍ଲୀ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆତଙ୍କବାଦୀ ଗ୍ୟାଙ୍ଗ୍ ଦେଶର ବିଭିନ୍ନ ସ୍ଥାନରେ ବୋମା ବସ୍ଫୋରଣ କରିବା ସହ ହତ୍ୟା କରବାକୁ ଷଡ଼ଯନ୍ତ୍ର କରୁଥିଲା ବୋଲି ପୋଲିସ କହିଛି । ସେମାନଙ୍କ ଠାରୁ କେତୋଟି ବନ୍ଧୁକ ଓ ବିଷ୍ଫୋରକ ସାମ୍ରଗୀ ମଧ୍ୟ ଜବତ କରାଯାଇଛି ।

ଗିରଫ ଦୁଇ ଆତଙ୍କବାଦୀ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣବାକୁ ପାଇଛି ଆତଙ୍କବାଦୀ ଗ୍ୟାଙ୍ଗ୍ ଦେଶର ବିଭିନ୍ନ ସ୍ଥାନରେ ବୋମା ବସ୍ଫୋରଣ କରିବା ସହ ହତ୍ୟା କରବାକୁ ଷଡ଼ଯନ୍ତ୍ର କରୁଥିଲା ବୋଲି ପୋଲିସ କହିଛି । ସେମାନଙ୍କ ଠାରୁ କେତୋଟି ବନ୍ଧୁକ ଓ ବିଷ୍ଫୋରକ ସାମ୍ରଗୀ ମଧ୍ୟ ଜବତ କରାଯାଇଛି ।। ସୂଚନା ଅନୁସାରେ ଓସାମା ଓ ଜୀଶାନ ଓମାନର ମସ୍କଟ ରାସ୍ତାରେ ଯାଇ ପାକିସ୍ତାନର କରାଚିରେ ପହଁଚିଥିଲେ । ସେଠାରେ ସେମାନଙ୍କୁ ଆତଙ୍କବାଦୀ ଟ୍ରେନିଂ ଦିଆଯାଇଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ସେମାନଙ୍କୁ କୌଣସି ଆତଙ୍କବାଦୀ ପ୍ରଶିକ୍ଷଣ ଦେଇନଥିଲେ ବରଂ ପାକିସ୍ତାନର ଦୁଇ ଆର୍ମି ଅଧିକାରୀ ଟ୍ରେନିଂ ଦେଇଥିଲେ । ସେମାନଙ୍କ ସହ ଜଣେ ପାକିସ୍ତାନୀ ନାଗରୀକ ମଧ୍ୟ ଉପସ୍ଥିତ ଥିଲେ ।