ଷ୍ଟେସନ ମୁଖ୍ୟ ଫାଟକ ଦେଇ ଫେରୁନାହାନ୍ତି ପ୍ରବାସୀ : ରାୟଗଡାରେ ଟ୍ରେନରୁ ଓହ୍ଲାଇ ଗଳାବାଟ ଦେଇ ଚାଲିଯାଉଛନ୍ତି ଘରକୁ

ଜିଲ୍ଲା ପ୍ରଶାସନ ପକ୍ଷରୁ ନା ହେଉଛି ଥର୍ମାଲ ସ୍କିନିଂ, ନା ରହୁଛି ଯାତ୍ରୀଙ୍କ ସଂପୂର୍ଣ୍ଣ ବିବରଣୀ

127

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ପହଚିଂଛି । ଏଭଳି ସ୍ଥିତିରେ ରେଳ ବିଭାଗର ବେପରୁଆ ମନଭାବ ଯୋଗୁଁ ଟ୍ରେନ ଯୋଗେ ଫେରୁଥିବା ରାୟଗଡା ଜିଲ୍ଲାର ପ୍ରବାସୀ ଗଳାବାଟ ଦେଇ ଚାଲିଯାଉଛନ୍ତି । ପ୍ରବାସୀଙ୍କ ସମ୍ପୂର୍ଣ୍ଣ ବିବରଣି ଜିଲ୍ଲା ପ୍ରଶାସନ ପାଖରେ ରହୁନାହିଁ । ଫଳରେ ସଂକ୍ରମଣ ବଢିବାର ଆଶଙ୍କା କରି ଭୟଭିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ ।

ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରେନ ଫେରନ୍ତା ପ୍ରବାସୀଙ୍କ ଉପରେ କଡା ନଜର ରଖିବା ସହ ପ୍ରସ୍ଥାନ ବାଟରେ ଅସ୍ଥାୟି କ୍ୟାମ୍ପ କରି ଥର୍ମାଲ ସ୍କିନିଂ କରାଯାଉଛି । ଏହାସହ ପ୍ରବାସୀଙ୍କର ୭୨ ଘଂଟା ମଧ୍ୟରେ କରାଯାଇଥିବା ଆରଟିପିସିଆର ନେଗେଟିଭ ରିପୋର୍ଟ ଓ ଦୁଇଟି ଡୋଜ୍ କରୋନା ଟିକା ନେଇଥିବା ପ୍ରବାସୀଙ୍କୁ ଛଡାଯିବ । ଯେଉଁମାନଙ୍କ ପାଖରେ ଏହି ଦୁଇଟି ନଥିବ ସେମାନଙ୍କର ସମ୍ପୂର୍ଣ୍ଣ ବିବରଣି ରଖାଯିବ ବୋଲି ନିର୍ଦ୍ଧେଶ ରହିଥିଲେ ମଧ୍ୟ ରାୟଗଡା ଷ୍ଟେସନରେ ଏହାକୁ କଡାକଡି ଭାବେ ପାଳନ ହେଉନଥିବା ଦେଖିବାକୁ ମିଳୁଛି ।