ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୂଖାର୍ଜୀ । ଇଡି କହିଲା ଅପିତାଙ୍କ ଜୀବନ ପ୍ରତି ଅଛି ବିପଦ ।

221

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୂଖାର୍ଜୀ ଜେଲ ଯାଇଛନ୍ତି । ମାମଲାରେ ଇଡି ଓ ସିବିଆଇ ଅଧକ ଜେରା କରୁଥିବା ବେଳେ ନୂଆ ଦିନ ସାମ୍ନାକୁ ଆସିଛି । ଇଡି । ଇଡି ଅର୍ପିତାଙ୍କୁ ନେଇ ଏକ ବଡ ବୟାନ ଦେଇଛି । ଇଡି କହିଛି ଅର୍ପିତାଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଉ । ଦରକାର ପଡିଲେ ତାଙ୍କୁ ଦିଆଯାଉଥିବା ଖାଦ୍ୟ ଓ ପାନୀୟକୁ ମଧ୍ୟ ଭଲଭାବେ ଯାଞ୍ଚ କରାଯାଉ । ପ୍ରଥମ ଶ୍ରେଣୀ କାରଗାରରେ ତାଙ୍କୁ ଏକାକୀ ରଖାଯାଉ । ଶିକ୍ଷକ ଦୁର୍ନୀତି ମାମଲାରେ ଉଭୟ ପାର୍ଥ ଓ ଅର୍ପିିତାଙ୍କ ଠିକଣାରୁ ଇଡି କୋଟି କୋଟି ଟଙ୍କା ଓ ଅମାପ ସମ୍ପତି ଜବତ କରିସାରିଛି । ତେବେ ଏମାନଙ୍କ ନାଁରେ ଆଉ କିଛି ସମ୍ପତି ରହିଥିବା ଅନୁମାନ କରି ଖୋଲତାଲ ଜାରି ରଖିଛି ତଦନ୍ତାକାରୀ ସଂସ୍ଥା । ସେପଟେ ଜେରା ସମୟରେ ଅର୍ପିତା କହିଛନ୍ତି ଯେଉଁ ସବୁ ସମ୍ପତି ଓ ଟଙ୍କା ଜବତ ହେଉଛି ସେଗୁଡିକ ତାଙ୍କର ନୁହେଁ । ପାର୍ଥ ଚାଟାର୍ଜୀ ହିଁ ତାଙ୍କ ଘରକୁ ମିନି ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ । ଶୁକ୍ରବାର କୋର୍ଟ ଉଭୟ ପାର୍ଥ ଓ ଅର୍ପିତାଙ୍କୁ ୧୪ ଦିନିଆ ଇଡି ରିମାଣ୍ଡରେ ପଠାଯାଇଛି ।