କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଅର୍ପଣ ରଥ ଗୁଆ ଓ ଚାଉଳ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଶୁଭମନାସୀ ସବୁ ଜିଲ୍ଲାରୁ ଗଡିଥିଲା ଅର୍ପଣ ରଥ । ଏହି ସମୟରେ ପ୍ରତ୍ୟେକ ଘରୁ ସଂଗ୍ରହ ହୋଇଥିଲା ଗୁଆ, ଚାଉଳ । ଏବେ ଜଗତସିଂହପୁର ଜିଲ୍ଲାରୁ ସଂଗୃହୀତ ପ୍ରାୟ ୨୮୦ କ୍ୱିଂଟାଲ ଚାଉଳ ପୁରୀରେ ପହଂଚିଥିବା ଜଣାପଡିଛି ।

Advertisment

ବିରୋଧୀ ସୃଗୀହତ ଚାଉଳ ଏବଂ ଗୁଆର ହିସାବ ମାଗୁଥିବା ବେଳେ ପୁରୀରେ ଜଗତସିଂହପୁର ଜିଲ୍ଲାରୁ ସଂଗୃହୀତ ଚାଉଳ ଏବଂ ଗୁଆ ଶ୍ରୀକ୍ଷେତ୍ରରେ ପହଂଚିଛି । ଆଗକୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ଚାଉଳ ଏବଂ ଗୁଆ ଆସିବ ବୋଲି ଜଣାପଡିଛି ।