ଓଲଟିଥିବା ଟ୍ୟାଙ୍କରରୁ ତେଲ ଜମା କରୁଥିଲେ ଲୋକେ , ବିସ୍ଫୋରଣ ଘଟି ୫୮ ଜଣଙ୍କ ମୃତ୍ୟୁ ।
ଆଫ୍ରିକାର ନାଇଜର୍ ରାଜଧାନୀ ନିୟାମିରେ ଦୂର୍ଘଟଣା ପରେ ଓଲଟିଥିବା ଏକ ଟ୍ୟାଙ୍କରରେ ଧମାକା ହେବା ପରେ ୫୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ , ଟ୍ରକ୍ ଓଲଟିବା ପରେ ଭିଡ଼ ଜମିଥିବା ଲୋକ ତେଲ ଜମା କରିବା ପାଇଁ ଏକାଠି ହୋଇଥିଲେ ଏବଂ ଉକ୍ତ ସମୟରେ ହିଁ ଧମାକା ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଅଧିକାରୀଙ୍କ କହିବାନୁସାରେ ସୋମବାର ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ପାଖରେ ଆରଏନ୍ ୧ ମାର୍ଗରେ ରବିବାର ହୋଇଥିବା ଏହି ଧମାକାରେ ଜଳି ଯାଇଥିବା ଟ୍ରକର ଟୁକୁଡା , ମୋଟର ସାଇକେଲ୍ ର ଟୁକୁଡା ଆଦି ସଡକରେ ପଡିଥିଲା । ନିଆଁ ଲଗାଇବା ପରେ ଆଖପାଖରେ ଥିବା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଧମାକାରେ ୫୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା କଥା ଶୁଣିବାକୁ ମିଳୁଛି ।