ମ୍ୟାଚ୍ ଅନସଟନ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ଦୁଇଟି ମସଜିଦରେ ଗତକାଲି ଗୁଳିମାଡ଼ ହୋଇଥିବା ବେଳେ ଏହି ଘଟଣାରେ ୯ ଜଣ ଭାରତୀୟ ନିଖୋଜ ଅଛନ୍ତି। ନ୍ୟୁଜିଲାଣ୍ଡରେ ଭାରତର ଉଚ୍ଚାଯୁକ୍ତ ସଂଜୀବ କୋହଲୀ ଟ୍ୱିଟ୍ କରି ୯ ଜଣ ଭାରତୀୟଙ୍କ ନିଖୋଜ ହେବା ପ୍ରକାଣ କରିଛନ୍ତି । ଫାୟାରିଙ୍ଗ୍ ରେ ୪୯ ଜଣଙ୍କ ମୃତ୍ୟୁ ଘଟଥିବା ବେଳେ ୨୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ଉପରେ ଅଭିଯୋଗ ଲାଗିଥିବା ବେଳେ ଆଉ ତିନି ଜଣ ସନ୍ଦିଗ୍ଧଙ୍କୁ ପୋଲିସ୍ ଗିରଫ କରିଛି ।
ତେବେ ଗୁଳିକାଣ୍ଡରେ ଅଳ୍ପକେ ବର୍ତ୍ତି ଯାଇଛି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବାଂଲାଦେଶ କ୍ରିକେଟ୍ ଟିମ୍ । ଏହି ଘଟଣାରେ ଅନେକ ଗୁରୁତର ଆହତ ହେବାର ଖବର ମଧ୍ୟ ଆସୁଛି । କୁହାଯାଉଛି କି ଆକ୍ରମଣକାରୀ କଳା କପଡା ପିନ୍ଧିବା ସହ ହେଲମେଟ୍ ପିନ୍ଧି ମସଜିଦ୍ ଭିତରକୁ ପସିଥିଲା । ନ୍ୟୁଜିଲାଣ୍ଡ ପୋଲିସ୍ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରିରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/nz-shooting3.jpg)
/kanak/media/post_attachments/wp-content/uploads/2019/03/shooting-915624904_6-300x138.jpg)