ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ପଡ଼ିଲା ଭୋଟ୍ । ଓଡ଼ିଶାରେ ପ୍ରାୟ ୬୭.୫୯ ପ୍ରତିଶତ ମତଦାନ । ଦେଶରେ ୬୦.୦୯ ପ୍ରତିଶତ ଭୋଟିଂ ।

Advertisment
ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ପଡ଼ିଲା ଭୋଟ୍ । ଓଡ଼ିଶାରେ ପ୍ରାୟ ୬୭.୫୯ ପ୍ରତିଶତ ମତଦାନ । ଦେଶରେ ୬୦.୦୯ ପ୍ରତିଶତ ଭୋଟିଂ ।

କନକ ବ୍ୟୁରୋ: ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଗତକାଲି ରାତି ୧୧ଟା ୩୦ ସୁଦ୍ଧା ଓଡ଼ିଶାରେ ପ୍ରାୟ ୬୭. ୫୯ ପ୍ରତିଶତ ମତଦାନ ହୋଇଛି । ଦେଶରେ ମୋଟ୍ ୬୦. ୦୯ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ପଶ୍ଚିମବଙ୍ଗରେ ସର୍ବାଧିକ ୭୪. ୬୫ ପ୍ରତିଶତ ଭୋଟିଂ ହୋଇଛି । ଗତକାଲି ରାଜ୍ୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ସମେତ ଏହା ଅଧିନରେ ଥିବା ସମସ୍ତ ୩୫ ବିଧାନସଭା ପାଇଁ ଭୋଟ୍ ପଡ଼ିଛି । ୩୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ୫ଟି ଲୋକସଭା ଆସନରେ ୪୦ ଜଣ ପ୍ରାର୍ଥୀ ଓ ୩୫ଟି ବିଧାନସଭା ଆସନ ପାଇଁ ୨୬୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe