କନକ ବ୍ୟୁରୋ: ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଗତକାଲି ରାତି ୧୧ଟା ୩୦ ସୁଦ୍ଧା ଓଡ଼ିଶାରେ ପ୍ରାୟ ୬୭. ୫୯ ପ୍ରତିଶତ ମତଦାନ ହୋଇଛି । ଦେଶରେ ମୋଟ୍ ୬୦. ୦୯ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ପଶ୍ଚିମବଙ୍ଗରେ ସର୍ବାଧିକ ୭୪. ୬୫ ପ୍ରତିଶତ ଭୋଟିଂ ହୋଇଛି । ଗତକାଲି ରାଜ୍ୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ସମେତ ଏହା ଅଧିନରେ ଥିବା ସମସ୍ତ ୩୫ ବିଧାନସଭା ପାଇଁ ଭୋଟ୍ ପଡ଼ିଛି । ୩୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ୫ଟି ଲୋକସଭା ଆସନରେ ୪୦ ଜଣ ପ୍ରାର୍ଥୀ ଓ ୩୫ଟି ବିଧାନସଭା ଆସନ ପାଇଁ ୨୬୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/4-34.jpg)