କାମାକ୍ଷାନଗରର କୁନି ଗୁଗୁଲ । କମ ବୟସରେ ବଡ କରିସ୍ମା । ମାତ୍ର ୩ ବର୍ଷ ବୟସରେ ସବୁକିଛି ମନେ ରଖିବାରେ ମାହିର ଅର୍ଣ୍ଣବ । ମୁହଁରେ ଅଛି ଦେଶ ବିଦେଶର ସବୁ ଖବର ।

1,031

କନକ ବ୍ୟୁରୋ: କାମାକ୍ଷାନଗର ବିସ୍ମୟ ବାଳକ । ବୟସ କମ ହେଲେ ତାଙ୍କୁ ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି । ମାତ୍ର ୩ ବର୍ଷ ବୟସରେ ସବୁକିଛି ମନେରଖିବାରେ ମାହିର ଅର୍ନବ ନାୟକ । ଦେଶ ବିଦେଶର ସବୁ କଥା ଗୋଟି ଗୋଟି ମନେରଖି ସମସ୍ତହ୍କୁ ଚକିତ କରିଛନ୍ତି ୩ ବର୍ଷର ବିସ୍ମୟ ବାଳକ ।

ଏକାଥରେ ୧୨୦ଟି ରାଜ୍ୟର ନାଁ, ବିଭିନ୍ନ କୁଇଜ, ଦେଶ ବିଦେଶର ନଦନଦୀ, ଭାରତର ପଡୋଶୀ ଦେଶଙ୍କ ନାଁ, ସହ ସୌରମଣ୍ଡଳର ଗ୍ରହ ଉପଗ୍ରହଙ୍କ ବିଷୟରେ ବି ଜ୍ଞାନ ରଖିଛନ୍ତି ଅର୍ନବ । ଓଡିଆ, ଇଂରାଜୀ ଛାଡିଦେଲେ ହିନ୍ଦୀ ଏବଂ ତେଲୁଗରେ ୧ରୁ ୨୦ ଯାଏଁ ଆରାମରେ ଡାକି ପାରନ୍ତି ଅର୍ନବ । ଏଥିସହ ଗ୍ଲୋବରେ ବିଶ୍ୱର ବିଭିନ୍ନ ଦେଶକୁ ଚିହ୍ନଟ କରିବାରେ ମାହିର ଏହି କୁନି ପୁଅ । ମ୍ୟାପରେ ବି ଅତି ସହଜରେ ବିଭିନ୍ନ ରାଜ୍ୟ ଚିହ୍ନଟ କରିବା ସହ ସମସ୍ତଙ୍କ ରାଜଧାନୀ ମୁହଁରେ ମୁହଁରେ କହିପାରନ୍ତି ଅର୍ନବ ।

ତେବେ ଅର୍ନବଙ୍କ ବାପା ସ୍ମୃତି ରଞ୍ଜନ ନାୟକ ହାଇଦ୍ରାବାଦରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବାବେଳେ ମାଆ ଜ୍ୟୋତିର୍ମୟୀ ପୁଅର ଏ ବିସ୍ମୟ ପଛରେ ବଡ ଭୂମିକା ଗ୍ରହଣ କରିଛନ୍ତି । ତେବେ କାମାକ୍ଷାନଗର ସାନବ୍ରହ୍ମପୁରରେ ସେମାନଙ୍କ ଘର ହୋଇଥିବା ବେଳେ ଏବେ ହାଇଦ୍ରାବାଦରେ ରହିଛନ୍ତି । କୁନି ବୟସରେ ଅର୍ନବଙ୍କ ଏହି କରିସ୍ମା ପାଇଁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ବି ମିଳିଛି ।