ବମ୍ବେ ହାଇକୋର୍ଟରୁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ଆଶ୍ୱସ୍ତି : ଜାମିନ ଆବେଦନର ଆଜି ବି ହେବ ଶୁଣାଣି

ଗିରଫକୁ ବେଆଇନ ଦର୍ଶାଇ, ତୁରନ୍ତ ଖଲାସ ଦାବିରେ ହାଇକୋର୍ଟ ଯାଇଛନ୍ତି ଅର୍ଣ୍ଣବ 

89

କନକ ବ୍ୟୁରୋ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ଆଶ୍ୱସ୍ତିି । ଆଜି ପୁଣି ତାଙ୍କ ଜାମିନ ଆବେଦନର ଶୁଣାଣି ହେବ । ଅର୍ଥାତ ଅର୍ଣ୍ଣବଙ୍କୁ ବିଚାରବିଭାଗୀୟ ହାଜତରେ ଦୁଇ ରାତି କାଟିବାକୁ ପଡିଛି । ୨୦୧୮ ମସିହାର ଏକ ମାମଲାରେ ତାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ୍ । ଏହାକୁ ବେଆଇନ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅର୍ଣ୍ଣବ । ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଏକ ବନ୍ଦ ପଡିଥିବା ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିବା ବେଆଇନ ।

ମାମଲାର ତଦନ୍ତ ବନ୍ଦ କରିବା, ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେବା ପାଇଁ ଅର୍ଣ୍ଣବ ହାଇକୋର୍ଟ ଯାଇଛନ୍ତି । ଗତକାଲି ଜଷ୍ଟିସ ଏସଏସ ସିନ୍ଦେ ଓ ଜଷ୍ଟିସ ଏମଏସ କାର୍ଣ୍ଣିକଙ୍କ ଖଣ୍ଡପୀଠ ତୁରନ୍ତ ଜାମିନ ଦେବାକୁ ମନା କରିଥିଲେ । ଏଥିସହ ମାମଲାର ଅଭିଯୋଗକାରୀ ଅନଭୟଙ୍କ ବିଧବା ଅକ୍ଷିତା ନାଏକଙ୍କୁ ପ୍ରତିବାଦୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ମଧ୍ୟବର୍ତିକାଳୀନ ଜାମିନ ଦେବା ପୂର୍ବରୁ ସବୁ ପକ୍ଷର ଦଲିଲ ଶୁଣିବା ପରେ ନିଷ୍ପତି ଦେଇହେବ ।

Comments are closed.