ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସାଢେ ୧୨ ଘଣ୍ଟା ଜେରା କଲା ପୋଲିସ । ସୋନିଆଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଦିନ ତମାମ ହେଲା ଜେରା

617

କନକ ବ୍ୟୁରୋ : ପ୍ରାୟ ସାଢେ ୧୨ ଘଣ୍ଟାର ଜେରା ପରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ମୁମ୍ବାଇର ଏନଏମ ଜୋଷୀ ମାର୍ଗ ପୁଲିସ ଷ୍ଟେସନରୁ ବାହାରକୁ ଆସିଛନ୍ତି । ବାହାରକୁ ଆସିବା ପରେ ସେ ସିଧାସଳଖ ରିପବ୍ଲିକ ଟିଭି ଷ୍ଟୁଡିଓକୁ ଯାଇ ଖବର ପରିବେଷଣ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ସେ ପାଲଘର ଘଟଣା ପଛରେ ଥିବା ସତ୍ୟ ବାହାରକୁ ଆଣିବେ । ଏହା ସହିତ ଏହି ଘଟଣାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସେ ପୁଣିଥରେ ସମାଲୋଚନା କରିଛନ୍ତି ।

ଗତ ଶୁକ୍ରବାରଦିନ ଲାଇଭ ଟିଭିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରିପବ୍ଲିକ ଟିଭି ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବଙ୍କୁ ତିନି ସପ୍ତାହ ପାଇଁ ସୁରକ୍ଷା ପ୍ରଦାନ କରିଥିଲେ । ଏହି ତିନିସପ୍ତାହ ମଧ୍ୟରେ ପୁଲିସ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼ ଓ ଏମଆର ଶାହାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ବେଞ୍ଚ୍ ନିର୍ଦ୍ଦେଶ ଦେଇଥିଲେ ।