ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ । ଗିରଫର ୮ ଦିନ ପରେ ସୁପ୍ରିମକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ ।

Advertisment
ଜେଲରୁ ବାହାରିଲେ ଅର୍ଣ୍ଣବ ଗୋସ୍ୱାମୀ । କହିଲେ, ଭାରତ ମାତା କି ଜୟ... ରାସ୍ତା ସାରା ଲୋକ ଜଣାଇଲେ ସମର୍ଥନ ।

କନକ ବ୍ୟୁରୋ : ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ । ରିପବ୍ଲିକ ଟିଭିର ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଅନ୍ତରୀଣ ଜାମିନ । ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ ।

ଗତ ୪ ତାରିଖରେ ଅନଭୟ ନାଏକଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଅର୍ଣ୍ଣବଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲା ପୋଲିସ । ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ତେବେ ବମ୍ବେ ହାଇକୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହେବା ପରେ ସୁପ୍ରିମକୋର୍ଟ ଯାଇଥିଲେ ଅର୍ଣ୍ଣବ । ଆଉ ଆଜି ସୁପ୍ରିମକୋର୍ଟରେ ଶୁଣାଣି ସହ ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନକୁ ମଞ୍ଜୁର କରାଯାଇଛି । ଗିରଫର ଦୀର୍ଘ ୮ ଦିନ ପରେ ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe