ରିପ୍ଲବିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତାଗିଦ୍ କଲେ ଆଲିବାଗ କୋର୍ଟର ମାଜିଷ୍ଟ୍ରେଟ : କହିଲେ, ଅଭିଯୁକ୍ତ ଭଳି ବ୍ୟବହାର କର

 ନିଜ ହାତର କ୍ଷତ ଦେଖାଇବା ପାଇଁ ମାଜିଷ୍ଟ୍ରେଟଙ୍କ ଡ଼ାଏସରେ ଚଢ଼ି ଯାଉଥିଲେ ଅର୍ଣ୍ଣବ

3,841

କନକ ବ୍ୟୁରୋ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତାଗିଦ କଲେ କୋର୍ଟ । କୋର୍ଟର ଗରିମା ରକ୍ଷା କରିବା ସହ ଜଣେ ଅଭିଯୁକ୍ତ ଭାବରେ ହିଁ ପେସ୍ ହେବା ପାଇଁ କୋର୍ଟ ଅର୍ଣ୍ଣବଙ୍କୁ ତାଗିଦ କରିଛନ୍ତି । ଏହାସହ କୋର୍ଟଙ୍କ କାର୍ଯ୍ୟକଳାପରେ ଅଯଥା ହସ୍ତକ୍ଷପ ନକରିବା ପାଇଁ ଚେତାବନୀ ଦେଇଛନ୍ତି । ଆଲିବାଗ ଚିଫ୍ ମାଜିଷ୍ଟ୍ରେଟ୍ ଅର୍ଣ୍ଣବଙ୍କୁ ନଭେମ୍ବର ୧୮ ପର୍ଯ୍ୟନ୍ତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇବା ବେଳେ ଏମିତି କଡା ଟିପ୍ପଣୀ ଶୁଣାଇଛନ୍ତି ।

କୋର୍ଟରେ ଶୁଣାଣି ଚାଲିଥିବା ବେଳେ ବିଚାରପତିଙ୍କ ଡାଏସ ଉପରକୁ ଚଢିବା ପାଇଁ ଉଦ୍ୟମ କରୁଥିଲେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ । ପୁଲିସ ତାଙ୍କୁ କିଭଳି ନିର୍ଯାତନା ଦେଇଛି ତାକୁ ବିଚାରପତିଙ୍କୁ ଅତି ନକଟରୁ ଦେଖାଇବା ପାଇଁ ଅର୍ଣ୍ଣବ ଡାଏସ ଉପକୁ ଚଢିବାକୁ ଚେଷ୍ଟା କରୁଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ମାଜିଷ୍ଟ୍ରେଟ କହିଥିଲେ, ଜଣେ ଅଭିଯୁ୍କ୍ତଙ୍କ ଭଳି ସେ ବ୍ୟବହାର କରନ୍ତୁ ।

ଏହାଛଡା ଆଉ ଏକ ଘଟଣାରେ ଅର୍ଣ୍ଣବ ଗୋସ୍ୱାମୀ ହାତ ହଲାଇ ଉଚ୍ଚ ସ୍ୱରରେ କହିବା ବେଳେ ପୁଣି ମାଜିଷ୍ଟ୍ରେଟ ତାଙ୍କୁ କୋର୍ଟର ଗରିମା ରକ୍ଷା କରିବା ପାଇଁ ତାଗିଦ୍ କରିଥିଲେ । ବୁଧବାର ସଂଧ୍ୟାରେ ଶୁଣାଣୀ ବେଳେ ଏହି ଘଟଣା ଘଟିଛି । ଅନଭୟ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା ।