କନକ ବ୍ୟୁରୋ: ଗତକିଛି ଦିନ ଧରି ଉରି ସେକ୍ଟରରେ ଜାରି ରହିଛି ସେନାର ଅପରେସନ୍ । ମଙ୍ଗଳବାର ସେନାର ଅପରେସନ୍ ବେଳେ ଜଣେ ୧୯ ବର୍ଷୀୟ ପାକିସ୍ତାନ ଆତଙ୍କବାଦୀ ଗିରଫ ହୋଇଛି । ଗିରଫ ଆତଙ୍କୀ ଅଲ୍ଲୀ ବାବର ପାତ୍ର ଏବଂ ସେ ଲସ୍କର-ଇ-ତୋଇବା ସଂଗଠନର ବୋଲି ଜଣା ପଡିଛି । ସୀମାରେ ଲଗାତାର ଭାବେ ଆତଙ୍କବାଦୀ ନିପାତ ଅପରେସନ ଜାରି ରଖିଛି ଭାରତୀୟ ସେନା । ୭ ଦିନରେ ୭ ଆତଙ୍କବାଦୀ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଗତ ସେପ୍ଟେମ୍ବର ୧୮ ତାରିଖରୁ ପାକ ସୀମାରୁ ଆତଙ୍କୀ କାର୍ଯ୍ୟକଳାପକୁ ପୁଣି ଥରେ ସକ୍ରିୟ କରିଛ ବୋଲି ସେନା ପକ୍ଷରୁ କୁହାଯାଇଛି ।
ଅଲ୍ଲୀ ନିଜ ୬ ଜଣ ସହଯୋଗୀଙ୍କ ସହ ଭାରତରେ ଅନୁପ୍ରବେଶ କରିଥିଲା । ସେମାନେ ବାରମୂଳାରେ ଏକ ବଡ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପକୁ ରୂପ ଦେଇଥାନ୍ତେ । ତେବେ ସର୍ଚ୍ଚ ଅପରେସନ୍ ବେଳେ ଅଲ୍ଲୀ ଭାରତୀୟ ସେନା ପାଖରେ ଆତ୍ମ ସମର୍ପଣ କରିଥିବାବେଳେ ତାର ସହଯୋଗୀ ଫେରାର ହେବାକୁ ପ୍ରୟାସ କରିବାବେଳେ ସେନା ଗୁଳିରେ ପ୍ରାଣ ହରାଇଛି । ଏହି ସମସ୍ତ ଆତଙ୍କୀ ଉରିର ସେହି ବାଟ ଦେଇ ଭାରତରେ ପ୍ରବେଶ କରିଥିଲେ, ଯେଉଁବାଟ ଦେଇ ୨୦୧୬ରେ ଆତଙ୍କବାଦୀ ଅନୁପ୍ରବେଶ କରି ଉରି ବେସ୍ କ୍ୟାମ୍ପରେ ଆକ୍ରମଣ ଭିଆଇଥିଲେ । ତେବେ ଗିରଫ ଆତଙ୍କୀ ନିକଟରୁ ସେନା ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି । ଏକେ ସିରିଜ, ପିଷ୍ଟଲ, ରିଭଲଭର, ଗ୍ରାନାଇଡ, ଏବଂ ଭାରତୀୟ ମୁଦ୍ରା ଓ ପାକ ମୁଦ୍ରାକୁ ଜବତ କରାଯାଇଛି ।
ଗିରଫ ହୋଇଥିବା ୧୯ ବର୍ଷୀୟ ଆତଙ୍କୀ ଅଲ୍ଲୀ କହିଛି, ତା ପରିବାର ଅତ୍ୟନ୍ତ ଗରିବ । ତାଙ୍କୁ ଅଧାରୁ ସ୍କୁଲ ପାଠ ପଢା ମଧ୍ୟ ଛାଡିବାକୁ ମିଳିଥିଲା । ତାର ମାଆର ଚିକିତ୍ସା ପାଇଁ ତାକୁ ଅର୍ଥ ଆବଶ୍ୟକ ରହିଥିଲା, ତେଣୁ ସେ ଆତଙ୍କବାଦୀ ସଂଙ୍ଗଠନରେ ଯୋଗ ଦେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/army.jpg)