କନକ ବ୍ୟୁରୋ: ବରଫ ଝଡରେ ହଜିଗଲେ ଭାରତୀୟ ସେନାର ଯବାନ୍ । ଅରୁଣାଚଳ ପ୍ରଦେଶର ଡରିୟା ସୀମାରେ ପ୍ରାଟ୍ରୋଲିଂ କରୁଥିବାବେଳେ ହଠାତ୍ ବରଫ ଝଡ ଆସିଥିଲା । ଫଳରେ ଏଥିରେ ନିଖୋଜ ହୋଇଯାଇଥିଲେ ସେନାର ପୁରା ପାଟ୍ରୋଲିଂ ଟିମ୍ । ସେମାନଙ୍କୁ ଖୋଜିବାକୁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍ ।
ଜାନୁଆରୀ ୬ ତାରିଖରେ ଅରୁଣାଚଳ ପ୍ରଦେଶ ସୀମାରେ ପାଟ୍ରୋଲିଂ କରୁଥିବା ସମୟରେ ସୃ୍ଷ୍ଟିି ହୋଇଥିବା ବରଫ ଝଡରେ ସେନାର ୭ ଜଣ ସୈନିକ ନିଖୋଜ ହୋଇଯାଇଛନ୍ତି । ତାଙ୍କୁ ଖୋଜା ଜାରି ରହିଥିଲେ ବି ଏଯାଏଁ ସେମାନଙ୍କର ପତ୍ତା ମିଳିନାହିଁ । ଝଡ ପରେ ଏହି ଟିମ ସହ ଯୋଗଯୋଗ ସ୍ଥାପନ କରିବାକୁ ଚେଷ୍ଟା କରାଯାଇଥିଲେ ବି ଯୋଗଯୋଗ ସମ୍ଭବ ହୋଇନଥିଲା । ତୁରନ୍ତ ସେନାର ଏକ୍ସପର୍ଟ ଟିମ୍ କ୍ୱିକ୍ ରେସପନ୍ସ ଟିମକୁ ସେଠାକୁ ପଠାଯାଇଥିଲେ ବି କିଛି ସୁଫଳ ମିଳିନାହିଁ ।
ସେନାର ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ତବାଙ୍ଗ ଓ ବୋମଡିଲା ପରି ସୁଉଚ୍ଚ ଇଲାକାରେ ପ୍ରତିବର୍ଷ ଭାରି ବରଫପାତ ହୁଏ । ହେଲେ ଡରିୟାରେ ଏପରି ବରଫପାତ ହୁଏନାହିଁ । ଏଠାରେ ଦୀର୍ଘ ୩୪ ବର୍ଷ ପରେ ପ୍ରବଳ ବରଫପାତ ହେବା ସହ ବରଫ ଝଡ ହୋଇଥିଲା । ଫଳରେ ଏଠାରେ ପାଟ୍ରୋଲିଂ ପାଇଁ ମୁତୟନ ଥିବା ସେନାର ପୁରା ଟିମ୍ ନିଖୋଜ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/36-8.jpg)