କନକ ବ୍ୟୁରୋ: ବଜାରରେ ବିକ୍ରି ହେଉଛି ସେନାର ୟୁନିଫର୍ମ । ହରଡଘଣାରେ ଗଂଜାମ ଗାଲାକ୍ସି ଦୋକାନୀ । ବ୍ରହ୍ମପୁର ପୋଲିସ ଓ ମିଲିଟାରୀ ଗୁଇନ୍ଦା ଟିମ୍ ଏକାଠି ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୋକାନୀ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି । ଚଢାଉ କରି ପୋଲିସ ୪୮୮ ମିଟର କପଡା ଜବତ କରିଛି । ଗୋଳବନ୍ଧ ଆର୍ମି ଏଡି କଲେଜର ଜଣେ ବ୍ୟକ୍ତି ଗଂଜାମ ଗାଲାକ୍ସିରେ ସେନା ୟୁନିଫର୍ମ ବିକ୍ରି ହେଉଥିବା ଦେଖିବାକୁ ପାଇଥିଲେ । ଏହାପରେ ଖବର ଦେଇଥିଲେ । ସେନାର ପୋଷାକ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବିକ୍ରି ହୁଏ । ତାପୁଣି ସେନାର କ୍ୟାଂଟିନରେ । ହେଲେ ଦୋକାନରେ ସେନାର ପୋଷାକ ବିକ୍ରି ବେଆଇନ୍ । ଦୋକାନୀ ଜଣଙ୍କ କୋଲକାତା ଓ ଲୁଧିଆନାରୁ ଆଣିଥିବା ଜଣାପଡିଛି ।