କରୋନା ବିରୋଧୀ ଲଢେଇରେ ସାମିଲ ହେଲା ସେନା । ବରିଷ୍ଠ ସେନା ଅଧିକାରୀ ସମ୍ଭାଳିବେ କୋଭିଡ ମ୍ୟାନେଜମେଣ୍ଟ ସେଲ

175

କନକ ବ୍ୟୁରୋ : ଦେଶରେ ଜାରି ରହିଥିବା କରୋନାର ଦ୍ୱିତୀୟ ଲହରରୁ ଲୋକମାନଙ୍କୁ ରକ୍ଷା କରିବାକୁ ଭାରତୀୟ ସେନା ଆଗକୁ ଆସିଛି । ଭାରତୀୟ ସେନା ୩ ତାରକା ଜେନରାଲଙ୍କୁ ନେଇ ଏକ କୋଭିଡ୍ ମ୍ୟାନେଜମେଣ୍ଟ ସେଲ୍ ପ୍ରସ୍ତୁତ କରୁଛି । ଯେଉଁମାନେ କି ଏହି ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହେବେ । ଏନେଇ ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି କି ଏହି ସେଲକୁ ସଂଚାଳନ କରିବାକୁ ଅପରେଶନ୍ ଲଜିଷ୍ଟିକସ୍ ଓ ଷ୍ଟାଟେଜିକ୍ ମୁଭମେଣ୍ଟର ନିର୍ଦ୍ଦେଶକଙ୍କ ଦ୍ୱାରା କରାଯାଉଛି ।

ସେନା ଏକ ବିବୃତ୍ତିରେ କହିଛି, “କର୍ମଚାରୀ ଏବଂ ଲଜିଷ୍ଟିକ୍ ସହାୟତାର ଅନେକ ଦିଗକୁ ସମନ୍ୱୟ କରିବା ପାଇଁ ଜଣେ ମହାନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କ ଅଧୀନରେ ଏକ ସ୍ୱତନ୍ତ୍ର କୋଭିଡ୍ ପରିଚାଳନା ସେଲ୍ ସ୍ଥାପନ କରାଯାଇଛି ଯିଏ ସିଧାସଳଖ ସେନା କର୍ମଚାରୀଙ୍କ ମୁଖ୍ୟଙ୍କୁ ରିପୋର୍ଟ କରିବେ ।
ଏହାସହ ସଶସ୍ତ୍ର ବାହିନୀ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ୟ ଶାଖା କୋଭିଡ ଯୁଦ୍ଧରେ କେନ୍ଦ୍ର ସରକାରଙ୍କୁ ସହାୟତା ଯୋଗାଇ ଆସୁଛନ୍ତି ।